ପତଳା ହେବା ପାଇଁ ଏହି କାମ କରୁଥିଲେ ହୋଇଯାଆନ୍ତୁ ସାଵଧାନ, ହେଇପାରେ ଡାଏବେଟିସ ରୋଗ, ଜାଣନ୍ତୁ ପୂରା ଖବର

 
Diabetes

କେବଳ ଯେ ଭାରତ ତାହା ନୁହେଁ ବରଂ ସାରା ବିଶ୍ୱକୁ ନିଜ କବଳକୁ ନେଇ ସାରିଛି ମଧୁମେୟ ରୋଗ। ଏହି ରୋଗ ହେତୁ ଅନେକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇ ଯାଉଛି। ତେବେ, ଏହାକୁ ନେଇ ନିୟମିତ ଭାବରେ ଅଧ୍ୟୟନ ଜାରି ରହିଥିବା ବେଳେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଦୁର୍ବଳ ମାଂସପେଶୀ ରହିଥିବା ମହିଳାଙ୍କ ଠାରେ ଏହି ରୋଗ ଅଧିକ ମାତ୍ରାରେ ଦେଖା ଯାଉଥିବା ଏକ ଗବେଷଣାରୁ ଜଣାପଡିଛି।

Diabetes

ଯେତେବେଳେ ମାଂସପେଶୀ ଦୁର୍ବଳ ହେବାକୁ ଲାଗେ, ସେତେବେଳେ ମହିଳାମାନଙ୍କର ଇନସୁଲିନ୍ ପ୍ରତିରୋଧ ଅଧିକ ହୋଇଥାଏ। ସେମାନଙ୍କ ଶରୀରରେ ଅଧିକାଂଶ ଚର୍ବି ରହିଥାଏ। ଆମ ଦେଶ ଭାରତରେ ମହିଳାମାନଙ୍କ ଥରେ ମଧୁମେୟ ଦେଖା ଦେବାର ଏହା ଏକ ପ୍ରମୁଖ କାରଣ ଅଟେ। ତେଣୁ, ମଧୁମେୟ ହେବା ପୂର୍ବରୁ କିମ୍ବା ଏହାର ପୂର୍ବ ଅବସ୍ଥାରେ ହିଁ ନିଜ ମାଂସପେଶୀକୁ ସୁଦୃଢ଼ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Weak

ଡାଏବେଟିସ ଠାରୁ ବର୍ତ୍ତି ରହିବାକୁ ହେଲେ ତୁରନ୍ତ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ପୃଷ୍ଟିକର ଖାଦ୍ୟ ଖାଇବା ସହିତ ନିୟମିତ ଭାବରେ ବ୍ୟାୟାମ କରିବା ଆରମ୍ଭ କରନ୍ତୁ। କେବଳ ଯେ ଏହା ମଧୁମେୟ ରୋଗୀଙ୍କ ସୁଗାର ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ ତାହା ନୁହେଁ ବରଂ ଏହା ସେମାନଙ୍କ ହାଡ଼କୁ ମଧ୍ୟ ମଜବୁତ କରିବାରେ ସହାୟକ ହେବ।