ଖାଇବା ସମୟରେ ଟିଭି ଦେଖୁଥିଲେ ସାବଧାନ! ଆପଣଙ୍କୁ ମଧ୍ୟ ହୋଇପାରେ ଏହି ବଡ଼ ସମସ୍ୟା

 
Tv

ଆଜିର ସମୟରେ ମେଦବହୁଳତା ଅଥବା ମୋଟାପା ଲୋକମାନଙ୍କ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ମୋଟା ଲୋକମାନଙ୍କକୁ ଧନୀ ହେବାର ଏକ ସଂକେତ ଭାବରେ ଧରି ନିଆ ଯାଉଥିଲା। କିନ୍ତୁ, ଏବେ ସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଆଜିର ବଦଳୁଥିବା ଖାଦ୍ୟ ଅଭ୍ୟାସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ହିଁ ମେଦବହୁଳତାର ମୁଖ୍ୟ କାରଣ ପାଲଟିଛି।

Tv

୨୦୧୬ ମସିହାରେ ହୋଇଥିବା ଏକ ସର୍ଭେ ଅନୁଯାଇ ଦେଶର ପ୍ରାୟ ୧୪ କୋଟି ଲୋକେ ମେଦବହୁଳତାର ଶିକାର ହୋଇଛନ୍ତି। ଆଗାମୀ କିଛିବର୍ଷ ମଧ୍ୟରେ ଏହି ସଂଖ୍ୟା ନିଶ୍ଚିତ ଭାବରେ ବଢ଼ିଥିବ। ତେବେ, ଦେହରେ ଦରକାର ଠାରୁ ଅଧିକ ଫ୍ୟାଟ୍ ଅର୍ଥାତ ଚର୍ବି ହୋଇଗଲେ ଏହା ଶରୀରର କିଛି ମୁଖ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ। ଯାହାଫଳରେ ସେମାନେ ସଠିକ ଭାବରେ କାମ କରିବା ବନ୍ଦ କରି ଦେଇଥାନ୍ତି।

Obesity

ଭଲ ନିଦ ଭଲ ସ୍ୱାସ୍ଥ୍ୟ ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ। କିନ୍ତୁ, ଯେଉଁମାନେ ଦିନକୁ ୮-୯ ଘଣ୍ଟାରୁ ଅଧିକ ଶୋଇଥାନ୍ତି ସେମାନଙ୍କ ଠାରେ ମେଦବହୁଳତା ହେବାର ଆଶଙ୍କା ପ୍ରାୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ। ଏହା ବ୍ୟତୀତ ରାତ୍ରୀ ଭୋଜନ କିମ୍ବା ମଧ୍ୟାନ ଭୋଜନ ସମୟରେ ଟିଭି କିମ୍ବା ମୋବାଇଲ ଦେଖିବା ମଧ୍ୟ ଉଚିତ ନୁହେଁ। ଏହା କରିବା ଦ୍ୱାରା ଖାଦ୍ୟକୁ ସଠିକ ଭାବରେ ଚୋବାଇବା ସମ୍ଭବ ହୋଇନଥାଏ। ମୋଟାପା ହେବାର ଏହା ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଇଥାଏ।