ଟ୍ୟାପ୍ ପାଣିରେ ମୁହଁ ଧୋଉଥିଲେ ସାବଧାନ! ହୋଇପାରନ୍ତି ଚର୍ମ ରୋଗର ଶିକାର, ଜାଣନ୍ତୁ ପୂରା ଖବର

 
Skin problem

ଘର ଓ ପରିବେଶ ସ୍ୱଚ୍ଛ ରଖିବା ସହିତ ନିଜର ବ୍ୟକ୍ତିଗତ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ। ମୁହଁ ଧୋଇବା ଠାରୁ ଆରମ୍ଭ କରି ଗାଧୋଇବା ପାଇଁ ଆମ୍ଭେ ସାଧାରଣତଃ ଟ୍ୟାପ୍ ପାଣି ବ୍ୟବହାର କରିଥାଉ। କିନ୍ତୁ, କଣ ଆପଣ ଜାଣନ୍ତି କି ଏହି ଟ୍ୟାପ୍ ପାଣି ହିଁ ଆପଣଙ୍କ ଚେହେରା ଖରାପ କରିବା ସହିତ ଚର୍ମ ରୋଗକୁ ଡାକି ଆଣିପାରେ? 

Tap water

ଆଜ୍ଞା ହଁ, ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଟ୍ୟାପ୍ ପାଣିରେ ମୁହଁ ଧୋଇଲେ ଆପଣଙ୍କ ତ୍ୱଚା ନଷ୍ଟ ହୋଇପାରେ। ପ୍ରକୃତରେ ଏଥିରେ ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ତମ୍ବା ଏବଂ କ୍ୟାଲସିୟମ୍ ଭଳି ଉପାଦାନ ରହିଥାଏ। ଏହାକୁ ପିଇବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ ସତ। କିନ୍ତୁ, ଏଥିରେ ମୁହଁ ଧୋଇଲେ ଏହା ଚର୍ମରୁ ପ୍ରାକୃତିକ ତେଲ ଛଡ଼ାଇ ଶୁଖାଇ ଦେଇପାରେ।

Skin problem

କେବଳ ସେତିକି ଏହି ଜଳକୁ କ୍ଲିଜର୍ କିମ୍ବା ସାବୁନ୍ ସହିତ ମିଶ୍ରଣ କରାଯାଏ, ଏହା ଚର୍ମର ଥିବା ରନ୍ଦ୍ରକୁ ବନ୍ଦ କରିଦିଏ। ଅପରିଷ୍କୃତ ଜଳ ବ୍ୟବହାର କରିଲେ ତ୍ୱଚାରେ ପିଂପଲ୍, ଏକ୍ଜିମା ଭଳି ସମସ୍ୟା ଦେଖା ଦେଇଥାଏ। କେବଳ ସେତିକି ନୁହେଁ ବରଂ ଏହି ପାଣି ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ତେଣୁ, ମୁହଁ ଏବଂ କେଶ ଧୋଇବା ପାଇଁ ସର୍ବଦା ଫିଲ୍ଟର୍ ପାଣି ହିଁ ବ୍ୟବହାର କରନ୍ତୁ।