କ'ଣ ପାଇଁ ହୁଏ ପରିଶ୍ରା ଇଂଫେକ୍ସନ୍? ଜାଣନ୍ତୁ ଏହାର କାରଣ ଏବଂ ପ୍ରତିକାର….

 
Urine infection

ଆଜିକାଲି ଲୋକମାନଙ୍କ ଠାରେ ଇଂଫେକ୍ସନ ଜନିତ ସମସ୍ୟା ଦେଖାଯିବା ଏକ ସାଧାରଣ କଥା ଅଟେ। ତେବେ, ପରିସ୍ରା ପୋଡ଼ା ଅଥବା ଇଂଫେକ୍ସନ ଦ୍ୱାରା ପୀଡିତ ହୋଇ ଲୋକେ ଖୁବ୍ କଷ୍ଟ ସହୁଛନ୍ତି। କେବଳ ସେତିକି ନୁହେଁ ଅନେକେ ଏହାକୁ ହେୟଜ୍ଞାନ କରିବା ସହିତ ଏଥିନେଇ ସଚେତନତାର ଅଭାବ ରହିଛି।

Infection

ପରିସ୍ରା କରିବା ସମୟରେ ହିଁ କିଛି ବ୍ୟାକ୍ଟେରିଆ ପରିଶ୍ରା ମାଧ୍ୟମରେ ଶରୀର ଭିତରକୁ ଚାଲି ଆସିଥାନ୍ତି। ଏହା ବ୍ୟତୀତ ଡାଇବେଟିସ୍ ରୋଗ ଥିବା ବ୍ୟକ୍ତିଙ୍କର ଏହି ଇଂଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଏହି ଇଂଫେକ୍ସନ ହେବା ଦ୍ୱାରା ମଣିଷକୁ ଅନେକ କଷ୍ଟ ସହିବାକୁ ପଡିଥାଏ। ପେଟ ତଳ ଦରଜ ହେବା ସହିତ ଜ୍ୱର ମଧ୍ୟ ଆସିଥାଏ। ବେଳେ ବେଳେ ରୋଗୀ ନିଜର ପରିଶ୍ରା କଣ୍ଟ୍ରୋଲ କରିବାରେ ମଧ୍ୟ ବିଫଳ ହୋଇଥାନ୍ତି।

Drink water

 ଇଂଫେକ୍ସନ ଅଧିକ ହୋଇଥିଲେ ପରିଶ୍ରାରେ ରକ୍ତ ମଧ୍ୟ ପଡିଥାଏ। ଏଭଳି କିଛି ସମସ୍ୟା ଦେଖା ଦେଲେ ତୁରନ୍ତ ଜଣେ ୟୁରୋଲୋଜିଷ୍ଟଙ୍କୁ ପରାମର୍ଶ କରିବା ଆବଶ୍ୟକ ହୋଇଥାଏ। ଇଂଫେକ୍ସନ ଜାଣିବା ପାଇଁ ଡାକ୍ତରଙ୍କ କହିବା ଅନୁଯାଇ ଅଲ୍ଟ୍ରାସାଉଣ୍ଡ, ସିଟିସ୍କାନ ଏପରିକି ବ୍ଲଡ଼ ଟେଷ୍ଟ ମଧ୍ୟ କରିବାକୁ ପଡିପାରେ। ତେବେ, ଏଥିରୁ ଦୂରେଇ ରହିବା ପାଇଁ ପ୍ରଚୁର ପରିମାଣର ପାଣି ପିଇବା ସହିତ ଅଧିକ ବେରୀ ଜୁସ୍ ପିଅନ୍ତୁ।