ବଢୁଛି ଓମିକ୍ରନ ରୋଗୀଙ୍କ ସଂଖ୍ୟା, ଏହି ୨ ଲକ୍ଷଣ ଥିଲେ ରୁହନ୍ତୁ ସାବଧାନ! ହୋଇଥାଇ ପାରନ୍ତି ଓମିକ୍ରନ୍ ସଂକ୍ରମିତ

 
Omikron

ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଲାଣି କରୋନା। ପୂର୍ବରୁ ଦେଶରେ କରୋନାର ଡେ଼ଲଟା ଭ୍ୟାରିଆଣ୍ଟ ବିଭୀଷିକା ରଚିଥିବା ବେଳେ ଏବେ ନୂଆ ରୂପ ନେଇ ଆସିଛି ଏହି ମହାମାରୀ। ଆଫ୍ରିକାରୁ ଚଳିତବର୍ଷ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭ୍ୟାରିଅଣ୍ଟ ସାରା ଦେଶରେ ବ୍ୟାପିବାକୁ ଲାଗିଛି। କରୋନାର ଏହି ନୂଆ ରୂପ ଭାରତରେ ଚିହ୍ନଟ ହେବାପରେ ଏହା ଜନସାଧାରଣ ଏବଂ ସରକାରଙ୍କର ଚିନ୍ତା ବଢ଼ାଇ ଦେଇଛି।

Omicron

ତେବେ, ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତିବିଶେଷଙ୍କ ଠାରେ କରୋନାର ପ୍ରାୟ ସବୁ ଲକ୍ଷଣ ଦେଖିବାକୁ ମିଳୁଛି। ଏହା ଦ୍ୱାରା ସଂକ୍ରମିତ ହେଲେ ରୋଗୀଟି ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେବା ସହ ଶୀଘ୍ର ଥକି ଯାଉଥିବା ଜାଣିବାକୁ ମିଳୁଛି। ଗବେଷକଙ୍କ କହିବା ଅନୁଯାଇ ଏହି ଭ୍ୟାରିଅଣ୍ଟ ଡେଲ୍ଟା ଭ୍ୟାରିଅଣ୍ଟ ଠାରୁ ଅଧିକ ସଂକ୍ରାମକ ଅଟେ। କିନ୍ତୁ, ଏହା ମୃତ୍ୟୁସଂଖ୍ୟା ବଢାଇବ ନାହିଁ ବୋଲି କୁହାଯାଇଥିବାରୁ ଲୋକଙ୍କୁ ସାମାନ୍ୟ ଅଶ୍ୱସ୍ତି ମିଳିଛି। ତେବେ, ଓମିକ୍ରନ୍ କ୍ଷେତ୍ରରେ ରୋଗୀ ମାନଙ୍କ ଠାରେ କେତେକ ଅତି ସାଧାରଣ ଲକ୍ଷଣ ଦେଖିବାକୁ ମିଳୁଛି।

Symptom

ଦକ୍ଷିଣ ଆଫ୍ରିକା ଭିତ୍ତିକ ଡିସକଭରି ହେଲଥ୍ ସିଇଓ ଡାକ୍ତର ରିୟାନ୍ ନୋଚ୍ କହିଛନ୍ତି ଯେ ଓମିକ୍ରନ୍ ରୋଗରେ ଆକ୍ରାନ୍ତ ରୋଗୀଙ୍କ ଠାରେ ଗଳା ଦରଜ ହେବା ଏବଂ ନାକ ବନ୍ଦ ହେବା ଭଳି ସାଧାରଣ ସମସ୍ୟା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ମୁଣ୍ଡବିନ୍ଧା ଏବଂ ଥକାପଣ ମଧ୍ୟ ଲାଗି ରହୁଛି। ଯଦି ଏହି ସାଧାରଣ ଲକ୍ଷଣ ଗୁଡିକ ମଧ୍ୟ ଲାଗି ରୁହେ ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ପାଇଁ ପରାମର୍ଶ ଦିଆଯାଇଛି।