ପୁରୁଷଙ୍କୁ ରାତିରେ କରିବା ଉଚିତ୍ ନୁହେଁ ଏହି ୩ଟି କାମ ନଚେତ ଭୋଗିବାକୁ ପଡ଼ିବ ଅନେକ କ୍ଷତି

 
Mobile

ମଣିଷ ପାଇଁ ସ୍ୱାସ୍ଥ୍ୟ ହିଁ ସମ୍ବଳ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବରେ ମଣିଷର ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ଭଲ ଖାଦ୍ୟ ଅଭ୍ୟାସ ଏବଂ ରାତିରେ ସଠିକ ମାତ୍ରାର ନିଦ୍ରା ମଣିଷ ପାଇଁ ସଞ୍ଜୀବନୀ ସାବ୍ୟସ୍ତ ହୋଇଥାଏ। ତେବେ, ରାତିରେ ଶୋଇବା ପୂର୍ବରୁ ପୁରୁଷମାନେ କରୁଥିବା କେତେକ ଖରାପ ଅଭ୍ୟାସ ସେମାନଙ୍କ ପାଇଁ ଭବିଷ୍ୟତରେ ବହୁତ ଅସୁବିଧା ସୃଷ୍ଟି କରିଥାଏ। ତେଣୁ ସାବଧାନ ରୁହନ୍ତୁ ଯଦି ଆପଣଙ୍କର ମଧ୍ୟ ଶୋଇବା ପୂର୍ବରୁ ନିମ୍ନଲିଖିତ ଅଭ୍ୟାସ ଗୁଡିକ ରହିଛି ତେବେ ଭବିଷ୍ୟତରେ ଏହା ବହୁ ସମସ୍ୟା ସୃଷ୍ଟି କରିପାରେ।

Alcohol

୧. ମଦ ପିଇବା ଅଭ୍ୟାସ:- କେତେକ ଲୋକଙ୍କର ରାତିରେ ଶୋଇବା ପୂର୍ବରୁ ମଦ ପିଇବା ଅଭ୍ୟାସ ରହିଛି। ଲଗାତାର ଏଭଳି ଅଭ୍ୟାସ ରହିଲେ ଏହା କର୍କଟ, ଯକୃତର କ୍ଷତି ଏବଂ କିଡନୀ ଜନିତ ସମସ୍ୟା ସୃଷ୍ଟି କରିଥାଏ। କେବଳ ଏତିକି ନୁହେଁ ଏହା ପୁରୁଷଙ୍କ ସେକ୍ସୁଆଲ ହରମୋନ୍ ଏବଂ ଷ୍ଟାମିନା ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

Eating

୨. ଅନେକ ପୁରୁଷଙ୍କର ବିଳମ୍ବିତ ରାତିରେ ଖାଇବାର ଅଭ୍ୟାସ ରହିଛି। ଏହା କରିବା ଦ୍ୱାରା ମଣିଷର ପାଚନ ଶକ୍ତି ଉପରେ ପ୍ରଭାବ ପଡିଥାଏ। ପେଟରେ ଗ୍ୟାସ୍, କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ।

Mobile

୩. ରାତିରେ ଶୋଇବା ପୂର୍ବରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋବାଇଲ ଚଳାଇବା ଏକ ଖରାପ ଅଭ୍ୟାସ ଅଟେ। ଏହା ଦ୍ୱାରା ପୁରୁଷଙ୍କ ଠାରେ ଅନିଦ୍ରତା ଏବଂ ଦୁର୍ବଳ ଯୌନ କ୍ଷମତା ଭଳି ସମସ୍ୟା ଦେଖା ଦେଇଥାଏ।