ଶରୀରରେ ଏହି ସବୁ ଲକ୍ଷଣ ଦେଇଥାଏ ଓମିକ୍ରନ୍ ହୋଇଥିବାର ସଂକେତ, କରୋନା ର ନୂଆ ଭ୍ୟାରିଆଣ୍ଟ କୁ ଅଣଦେଖା କରନ୍ତୁ ନାହିଁ​​

 
Omicron

ବାରମ୍ବାର ରୂପ ବଦଳାଉଛି କରୋନା ଭାଇରସ୍। ପୂର୍ବରୁ ଏହା ବିପଜ୍ଜନକ ଡେଲ୍ଟା ଭ୍ୟାରିଆଣ୍ଟର ରୂପ ନେଇଥିବା ବେଳେ ଏବେ ଏହା ଓମିକ୍ରନର ରୂପ ନେଇଛି। ଡେଲ୍ଟା ଭ୍ୟାରିଆଣ୍ଟରେ ମୃତ୍ୟୁହାର ଅହେତୁକ ଭାବରେ ବଢ଼ିଥିବା ବେଳେ ଏବେ ଓମିକ୍ରନ୍ ଭ୍ୟାରିଆଣ୍ଟ ଧୃତ ଗତିରେ ବ୍ୟାପିବାର ସକ୍ଷମ ହେଉଥିବା ଜଣାଯାଇଛି। ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଠାରେ ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା, ଥଣ୍ଡା ଜର ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖିବାକୁ ମିଳୁଛି।

Testing

ଯଦି ଆପଣଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖାଦେଉଛି ତେବେ ଆପଣଙ୍କୁ କରୋନା ସଂକ୍ରମଣ ହୋଇଛି କି ନାହିଁ, ତାହା ର‍୍ୟାପିଡ୍‌ ଟେଷ୍ଟ ମାଧ୍ୟମରେ ଜାଣିପାରିବେ। କିନ୍ତୁ, ଏହି ଟେଷ୍ଟ କରାଇ ଆପଣ କେଉଁ ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାହା ଜାଣିହେବ ନାହିଁ। କେଉଁ ଭ୍ୟାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାହା ଜାଣିବାକୁ ହେଲେ ଆପଣଙ୍କୁ RT-PCR ଟେଷ୍ଟ କରାଇବାକୁ ହେବ। ଓମିକ୍ରନ୍ ନିଶ୍ଚିତକରଣରେ ଜିନୋମ୍ ସିକ୍ୱେସିଙ୍ଗ୍‌ ଅର୍ଥାତ୍‌ ଜେନେଟିକ୍‌ ଆନାଲିସିସ୍‌ ଆବଶ୍ୟକ ହୋଇଥାଏ, ଯେଉଁଥିରେ ପ୍ରାୟ ୪ରୁ ୫ ଦିନ ସମୟ ଲାଗିଥାଏ।

Omicron

 ଓମିକ୍ରନ୍ ଭ୍ୟାରିଆଣ୍ଟକୁ ଭାରିଆଣ୍ଟସ୍ ଅଫ୍ କନ୍ସର୍ନ (VoC) ଅର୍ଥାତ୍‌ ଚିନ୍ତାର ବିଷୟ ଭାବରେ ବିବେଚନା କରାଯାଇଛି। ଏହି ଭ୍ୟାରିଆଣ୍ଟର ସ୍ପାଇକ୍ ପ୍ରୋଟିନରେ ପରିବର୍ତ୍ତନ ଦେଖା ଦେଉଥିବାରୁ ପୂର୍ବରୁ ନେଇଥିବା ଟୀକା ଏଥିରେ କାମ ଦେବନାହିଁ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ, ବୁଷ୍ଟର୍ ଟିକା ଅର୍ଥାତ ଟିକାର ଅତିରିକ୍ତ ଡୋଜ୍‌ ନିଆଗଲେ, ତା’ ହେଲେ ୮୮ ପ୍ରତିଶତ ସୁରକ୍ଷା ବଢ଼ାଇଦେବ ବୋଲି ଜଣାଯାଇଛି। ତେବେ, ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଓମିକ୍ରନ୍ ସଂକ୍ରମିତ ମାନଙ୍କର ଡାକ୍ତରଖାନାରେ ପହଞ୍ଚିବାର ଆଶଙ୍କା ବହୁତ କମ ରହିଛି।