ଫିଙ୍ଗିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ, ଏହି ୫ଟି ବାସୀ ଖାଦ୍ୟ ଆମ ଶରୀର ପାଇଁ ଅମୃତ ସମାନ

 
Stale food

ସମସ୍ତ ପରିବାରରେ ଲୋକମାନେ ଯେତିକି ଆବଶ୍ୟକ ସେତିକି ରୋଷେଇ କରିଥାନ୍ତି । ଆଉ ଯଦି ପରିବାରର କେହି ବ୍ୟକ୍ତି ନଖାଏ ତାହେଲେ ରୋଷେଇ ବଳି ପଡେ ଆଉ ମଧ୍ୟ ସବୁବେଳେ ଅନୁମାନ ଠିକ୍ ହୋଇନଥାଏ ସେଥିପାଇଁ ମଧ୍ୟ ଖାଇବା ବଳି ପଡ଼ିଥାଏ । ଏବେ ଖାଇବା ବଳି ପଡ଼ିଲେ ଏହା ବାସି ଖାଦ୍ୟ ହୋଇଯାଇଥାଏ । କିଛି ଲୋକ ବାସି ଖାଦ୍ୟ ଫ୍ରିଜରେ ରଖି ଖାଇଥାନ୍ତି । ଏଭଳି କିଛି ବାସି ଖାଦ୍ୟ ଅଛି ଯାହା ଖାଇଲେ କୌଣସି କ୍ଷତି ହୋଇନଥାଏ ।

ଏବେ ଏଭଳି କିଛି ଖବର ଆସିଥିବାର ଆପଣମାନେ ଜାଣିପାରିବେ । ବାସି ଖାଦ୍ୟ ଫ୍ରିଜରେ ରଖି ଗରମ କରି ଖାଇଲେ ଏହାର ପୋଷାକ ତତ୍ତ୍ଵ ନଷ୍ଟ ହୋଇ ଯାଇଥାଏ । ଆଉ ଏଭଳି କିଛି ଖାଦ୍ୟ ଅଛି ଯାହା ବାସି ହେଲେ ମଧ୍ୟ ସ୍ଵାଦିଷ୍ଟ ଆଉ ପୌଷ୍ଟିକ ହୋଇଥାଏ । ଏହା ମଧ୍ୟ ଶରୀର ପାଇଁ ଭଲ ହୋଇଥାଏ ।

Roti

ଏହି ଖାଦ୍ୟ ସବୁ ହେଉଛି, ବାସୀ ରୁଟି - ବାସୀ ରୁଟି ଖାଇଲେ ଦେହ ପାଇଁ ଭଲ ହୋଇଥାଏ । ଏହା ଖାଇବା ଦ୍ଵାରା ପାଚନ ଶକ୍ତି ବଢ଼ିଥାଏ । ପାଚନ କରିବା ପାଇଁ ହେଉଥିବା ଅସୁବିଧାକୁ ଦୂର କରିଥାଏ । 

ଭାତ ବଳି ପଡ଼ିଲେ ଏହାକୁ ପାଣି ପୁରେଇ ଦିଆଯାଇଥାଏ । ଏହାକୁ ପଖାଳ ଭାତ କୁହନ୍ତି । ଆଉ ପଖାଳ ଭାତ ଖାଇଲେ କିଛି ବି କ୍ଷତି ହୋଇନଥାଏ । ଏହା ଦେହ ପାଇଁ ଭଲ ହୋଇଥାଏ । ଏହା ପେଟ ପାଇଁ ବେଶ୍ ହିତକର ଅଟେ । ଏଥିରେ ଆଇରନ, ସୋଡ଼ିୟମ, ପୋଟାସିୟମ ଏବଂ କ୍ୟାଲସିୟମ ରହିଛି ।

ଏହାସହ ମିଠା ଜିନିଷ ଯଥା କ୍ଷୀରି ବାସୀ ହେଲେ ଏହାର ସ୍ଵାଦ ଦୁଇଗୁଣ ହୋଇ ଯାଇଥାଏ । ଆଉ ଏଥିରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି । ଆଉ ଗୋଟିଏ ଖାଦ୍ୟ ହେଉଛି ଦହି, ଏହାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । 

ଆଉ ସଜ ଦହି ଅପେକ୍ଷା ବାସି ଦହିରେ ଅଧିକ ଭିଟାମିନ ସି ଥାଏ । ଆଉ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକର ହୋଇଥାଏ । ପାଚନରେ ସୁଧାର ଆଣିବା ପାଇଁ ଏହାକୁ ବାସି ହେଲେ ମଧ୍ୟ ଖାଦ୍ୟରେ ସାମିଲ କରାଯାଇଥାଏ । ଏହାସହ ବାସି ରଜମା ଏବଂ ଛୋଲେ ଖାଇବା ଦ୍ବାରା ଏହା ଅଧିକ ସ୍ଵାଦିଷ୍ଟ ଲାଗିଥାଏ ।

ରାଜମାରେ ପୌଷ୍ଟିକ ତତ୍ତ୍ୱ ରହିଥାଏ । ଆଉ ଏଥିରେ ଭରପୁର ଭିଟାମିନ ରହିଛି ବୋଲି ସୂଚନା ମିଳିଛି । ଏଥିରେ ପ୍ରୋଟିନ, ଫାଇବର, ଆଇରନ ଏବଂ ପୋଟାସିୟମ ଆଦି ରହିଛି । ଯାହା ଶରୀରକୁ ଅଧିକ ସୁସ୍ଥ ରଖିଥାଏ ।