ସାବଧାନ ! ଡେଙ୍ଗୁ ଦ୍ୱାରା ରକ୍ତ ରେ ପ୍ଲେଟଲେଟ କମି ହଠାତ ହୋଇଯାଏ ମୃତ୍ୟୁ, ଡେଙ୍ଗୁ ହୋଇଥିଲେ ଏହି ସବୁ ଖାଦ୍ୟ ନିଶ୍ଚିତ ଖାଆନ୍ତୁ

 
dengue

ବର୍ତ୍ତମାନ ଚାଲିଛି ବର୍ଷା ଋତୁ, ଅନେକ ସ୍ଥାନରେ ବର୍ଷା ପାଣି ଜମା ହୋଇ ରହିଥିବା ବେଳେ ଏଥିପାଇଁ ମଶାମାନଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି। ଖାସ୍ କରି ରାଜଧାନୀରେ ମଶା କାମୁଡ଼ା ହେତୁ ଅନେକ ଲୋକେ ଡେଙ୍ଗୁ ରୋଗରେ ପୀଡିତ ହେଉଛନ୍ତି। ଏହି ରୋଗ ହେଲେ ଶରୀରରେ ରକ୍ତର ପ୍ଲେଟଲେଟସ୍ କମିବାରେ ଲାଗିଥାଏ ଯେଉଁଥିପାଇଁ ମଣିଷ ମୃତ୍ୟୁ ମୁଖରେ ପଡିଥାଏ।

ତେବେ ଖାଦ୍ୟପେୟର ସଠିକ ଧ୍ୟାନ ରହିଲେ ଆମ୍ଭେ ନିଜକୁ ଏହି ରୋଗ ଠାରୁ ଦୂରେଇ ରଖି ପାରିବା। ଏହି ସମୟରେ ଡାଏଟକୁ ଠିକ୍ ଭାବରେ ପାଳନ ନକଲେ ଜୀବନ ଚାଲିଯିବାର ବି ସମ୍ଭାବନା ଥାଏ। ତେଣୁ, କେଉଁ କେଉଁ ଖାଦ୍ୟ ଖାଇଲେ ଆମ ଶରୀରରେ ପ୍ଲେଟଲେଟସର ମାତ୍ରା ବଢିବ ତାହା ଜାଣିରଖିବା ଉଚିତ:-

୧. ଆପଣ ଡେଙ୍ଗୁ ଦ୍ୱାରା ସଂକ୍ରମିତ ହୋଇଥିଲେ ସିଝା ପାରିବା ରେ ଅମୃତଭଣ୍ଡା, ଫଳ ସେଓ, କଦଳୀ ଏବଂ ସୁପ୍ ପରି ଖାଦ୍ୟ ଗୁଡିକୁ ନିଜ ଡାଏଟ୍ ରେ ସାମିଲ କରନ୍ତୁ।

Fruits

୨. ଜ୍ୱର ପରର ଦୁର୍ବଳତାକୁ କମାଇବା ପାଇଁ ଚା', କଫି ପରିବର୍ତ୍ତେ ଗ୍ରୀନ ଟି ପିଅନ୍ତୁ।

Green tea

୩. ମସଲା,ତେଲ ଯୁକ୍ତ ଏବଂ ଅଧିକ ଲଙ୍କା ଯୁକ୍ତ ଖାଇବା ଠାରୁ ଦୂରେଇ ରୁହନ୍ତୁ।

୪. ପ୍ରତିଦିନ ପାଇଡ଼ ପାଣି ପିଇବାର ଅଭ୍ୟାସ କରନ୍ତୁ। ଏହା ଶରୀରରେ ପ୍ଲେଟଲେଟସ୍ ବୃଦ୍ଧି କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ।

Coconut juice

୫. ଶରୀରକୁ ସତେଜ ଏବଂ ହାଇଡ୍ରେଟେଡ଼ ରଖିବା ନିୟମିତ ପାଣି ପିଇବାକୁ ଅଭ୍ୟାସ କରନ୍ତୁ।