ବ୍ଲଡ କ୍ୟାନସର ହେବାର ୨ ମାସ ପୂର୍ବରୁ ଶରୀର ଦେଖାଦିଏ ଏହି ୭ଟି ଲକ୍ଷଣ, କେବେବି କରନ୍ତୁନି ଅଣଦେଖା


୧- ଏନିମିୟା କିମ୍ବା ଜ୍ୱର : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଆପଣଙ୍କୁ ଏନିମିୟା ଭଳି ସଂକେତ ଦେଖାଯାଏ। ସବୁବେଳେ ଥକ୍କାପଣ,ଅଳ୍ପ ଜ୍ୱର ଏବଂ ଦୂର୍ବଳ ଲାଗିବା ମଧ୍ୟ ଏହାର ଏକ ସଂକେତ।
୨- ଯଦି ଶରୀରରେ କୌଣସି ଯାଗାରେ କ୍ଷତ ନହୋଇ ନୀଳ ରଙ୍ଗର ଦାଗ ହୋଇଥାଏ ତେବେ ଏହାର ଅର୍ଥ ହେଉଛି ଶରୀରରେ ଶ୍ୱେତ ରକ୍ତ କଣିକା ପ୍ରସ୍ତୁତ ହେବା ବନ୍ଦ ହୋଇଯାଇଛି।
୩- ଗଳାରେ ଦରଜ ହେବା : ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ପର୍ଯ୍ୟାୟରେ ଗଳା କିମ୍ବା କାଖ ତଳେ ହାଲୁକା ଦରଜ ଲାଗିଥାଏ। ଏହାଛଡା ଆପଣଙ୍କ ପାଦ ବିନ୍ଧିବା କିମ୍ବା ଛାତିରେ ଜ୍ୱଳନ ହେଲେ ତୁରନ୍ତ ଡେରି ନକରି ଡାକ୍ତରଙ୍କ ପାଖକୁ ଯାଆନ୍ତୁ। ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ।
୪- ବ୍ଲିଡିଙ୍ଗ୍ ହେବା : ଯଦି ଆପଣଙ୍କ ମୁହଁ,ନାକ କିମ୍ବା ଶୌଚ ସମୟରେ ରକ୍ତ ବ୍ଲିଡିଙ୍ଗ୍ ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଖାନାକୁ ଯାଇ ବ୍ଲଡ୍ କ୍ୟାନ୍ସରର ଚିକିତ୍ସା କରାଇନିଅନ୍ତୁ।
୫- ଅଚାନକ ଓଜନ କମିବାକୁ ଲାଗିବା : ଅଚାନକ ଓଜନ କମିବା ତଥା ଭୋକ ନଲାଗିବା ବି ଏହାର ଏକ ବଡ କାରଣ। ବିନା କୌଣସି ପ୍ରୟାସରେ ଯଦି ଅଚାନକ ଶରୀରରେ ଓଜନ କମିବାକୁ ଲାଗୁଛି ତେବେ ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ବ୍ଲଡ୍ କ୍ୟାନ୍ସରର ପ୍ରାଥମିକ ଲକ୍ଷଣ।

୬- ରାତିରେ ଶୋଇବା ସମୟରେ ଯଦି ଆପଣ ଝାଳରେ ଓଦା ହୋଇଯାନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ କାରଣ ଶରୀରରେ କୌଣସି ସଂକ୍ରମଣ କାରଣରୁ ଏପରି ହୋଇଥାଏ। ଏଥିସହ ଲ୍ୟୁକେମିୟାର ଲକ୍ଷଣରେ ମଧ୍ୟ ଏହାକୁ ସାମିଲ୍ କରାଯାଇଥାଏ।
୭- ଶରୀରରେ ଦାଗ ପଡିବା : ରକ୍ତରେ ପ୍ଲେଟଲେଟସ୍ କମ୍ ହେବା ବି ବ୍ଲଡ କ୍ୟାନ୍ସରର ଲକ୍ଷଣ। ଏହାଦ୍ୱାରା ଶରୀରରେ ବାଇଗଣୀ କିମ୍ବା ନାଲି ରଙ୍ଗର ଦାଗ ପଡିଯାଏ। ଏହାଛଡା ହାଡ କିମ୍ବା ଜଏଣ୍ଟ ଦରଜ କରିବା : ହାଡ କିମ୍ବା ଜଏଣ୍ଟ ଦରଜ ହେଲେ ମଧ୍ୟ ଏଥିପାଇଁ ସତର୍କ ରୁହନ୍ତୁ । କାରଣ ବ୍ଲଡ୍ କ୍ୟାନ୍ସର ଅସ୍ତିମଜ୍ଜାରେ ହେଉଥିବା ରୋଗ ତେଣୁ ଏହାକୁ ଖାମଖିଆଲ ଭାବେ ଦ ନନେଇ ଡାକ୍ତର ଦେଖାନ୍ତୁ।