ମାତିଛି ବିଷାକ୍ତ ମଣିଷ ମରା ପୋକ, ପ୍ରଥମେ ଶୋଷୁଛି ରକ୍ତ ଆଉ ଦ୍ୱିତୀୟରେ ନେଉଛି ଜୀବନ, ଜାଣନ୍ତୁ କେମିତି ରକ୍ଷା ପାଇବେ
Sep 16, 2023, 17:57 IST

ଏବେ ଆତଙ୍କ ସୃଷ୍ଟି କରିଛି ଆଉ ଏକ ମାରାତ୍ମକ ସଂକ୍ରମଣ। ଏକ କୀଟ ନେଉଛି ଜୀବନ। ଜଣେ ଜଣେ କରି ୫ ଜଣଙ୍କ ଜୀବନ ନେଇସାରିଲାଣି।ଯେଉଁ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା।ଲୋକେ ଏବେ ଭୟଭୀତ। ସଂକ୍ରମଣ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି। ଯାହାକୁ ନେଇ ତତ୍ପର ଏବେ।ଆସନ୍ତୁ ଜାଣିବା କେଉଁ ସଂକ୍ରମଣ ବିଷୟରେ ଆମେ କହୁଛୁ। ଏହା କିପରି ଓ କାହିଁକି ହେଉଛି।
ଏହି ସଂକ୍ରମଣ ଟିର ନାମ ହେଉଛି ସ୍କ୍ରବ ଟାଇଫସ । ସଂକ୍ରମଣ ଯାହା ଚିଗର୍ସ ନାମକ କୀଟ କାମୁଡିବା ଦ୍ୱାରା ହୋଇଥାଏ। ଏପରି କୀଟ ମାନେ ସାଧାରତଃ ପୋଖରୀ, ବିଲବାଡ଼ି ଓ ବୁଦାଳିଆ ଜାଗା ମାନଙ୍କରେ ରହିଥାନ୍ତି। ତେଣୁ କରି ଏହି ପରି ସ୍ଥାନ ମାନଙ୍କୁ ଯାଉଥିବା ଲୋକ ହିଁ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି।

ସଂକ୍ରମଣର ଲକ୍ଷଣ : ଏହି କୀଟ କାମୁଡିବା ସ୍ଥାନରେ ସମୟ କ୍ରମେ ଏକ ଘା ସୃଷ୍ଟି ହୋଇ ଥାଏ। ଯାହା ପରେ ଉକ୍ତ ସ୍ଥାନକୁ କଳା ପକାଇ ଦେଇଥାଏ। ପରେ ଏହା ଶରୀରରେ ସଂକ୍ରମିତ ହୋଇ ଜ୍ଵର, ମୁଣ୍ଡବିନ୍ଧା, ତଳି ପେଟରେ ଯନ୍ତ୍ରଣା ଓ ଶ୍ଵାସ ପ୍ରଶ୍ୱାସ ରେ କଷ୍ଟ ଅନୁଭବ କରିବା ଭଳି ଯନ୍ତ୍ରଣା ସୃଷ୍ଟି କରିଥାଏ। ଯାହାର ଚିକିତ୍ସା ଅତି ସାଧାରଣ ବୋଲି ଡାକ୍ତର କହୁଥିବା ବେଳେ ଏହା ମଧ୍ୟ କହିଛନ୍ତି ଯଦି ବିଳମ୍ବ ହୁଏ ତେବେ ରୋଗୀର ଜୀବନ ମଧ୍ୟ ଯାଇପାରେ।

ତେବେ ଆସନ୍ତୁ ଜାଣିବା ସଂକ୍ରମଣ ଟି କେଉଁଠୁ ଆସିଛି ?
ଜାପାନ ଠାରେ ପ୍ରଥମେ ଦେଖିବାକୁ ମିଳିଥିଲା ଏଭଳି ସଂକ୍ରମଣ। ଯାହା ଏବେ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଛି। ସାଧାରଣତଃ ଜୁଲାଇ ରୁ ନଭେମ୍ବର ମାସ ଭିତରେ ଏକ ସଂକ୍ରମଣ ବ୍ୟାପିଥାଏ। କେବଳ ବରଗଡ଼ ନୁହେଁ ଏହା ସୁନ୍ଦରଗଡ଼, କେନ୍ଦୁଝର ଓ ନବରଙ୍ଗପୁର ରେ ମଧ୍ୟ ଦେଖା ଦେଇଛି।
ମାତ୍ର ଏହାର ପ୍ରଭାବ ବରଗଡ଼ ଜିଲ୍ଲାର ଅତାବିରା ,ରେଡେନ୍, ବରପାଲି ସୋହେଲା ବ୍ଲକ ରେ ଦେଖା ଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା। ବ୍ଲକ ସ୍ତର ଅନୁସାରେ ଘରେ ଘରେ ଲୋକଙ୍କ ରକ୍ତ ପରୀକ୍ଷା କରା ଯାଉଛି। ପ୍ରାୟ ୧୪୨ ପରୀକ୍ଷାରୁ ୪ଟି ସଂକ୍ରମିତ ରିପୋର୍ଟ ଆସିଛି।