ଚା ଓ କଫି ପିଉଥିଲେ ସାବଧାନ! ଆଗକୁ ଆସୁଛି ଅସହ୍ୟ ଖରା, ହେବ ଏହିସବୁ ସମସ୍ୟା

ଚଳିତବର୍ଷ ମାର୍ଚ୍ଚ ମାସଠାରୁ ହିଁ ଅସହ୍ୟ ଗରମ ହେବା ଆରମ୍ଭ ହୋଇଗଲାଣି। ଆଗାମୀ ଦୁଇ ମାସ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆଶା କରୁଛି ପାଣିପାଗ ବିଭାଗ। ଏପରିକି ଚଳିତବର୍ଷ ଖରା ଗତକିଛି ବର୍ଷର ସମସ୍ତ ରେକର୍ଡ଼ ଭାଙ୍ଗିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଏପରି ପରିସ୍ଥିତିରେ ସାଧାରଣ ଜନତାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ କିଛି ଗାଇଡ଼ଲାଇନ ଜାରି କରାଯାଇଛି।
ଆଗକୁ ଆସୁଥିବା ସାଙ୍ଘାତିକ ଖରାକୁ ନଜ଼ରରେ ରଖି କେନ୍ଦ୍ର ସରକାର ଜନସାଧାରଣଙ୍କୁ ଚା, କଫି କିମ୍ବା ଅତ୍ୟଧିକ ପ୍ରୋଟିନଯୁକ୍ତ ପାନୀୟ ପିଇବା ପାଇଁ ବାରଣ କରାଯାଇଛି। ସାଧାରଣତଃ ଜିମ୍ ଯାଉଥିବା ଏବଂ ଶାରୀରିକ ପରିଶ୍ରମ କରୁଥିବା ଯୁବକ ଯୁବତୀମାନେ ପ୍ରୋଟିନ୍ ବ୍ୟବହାର କରିଥାନ୍ତି। କିନ୍ତୁ ଖରାଦିନେ ଗରମ ପଡିବା ସହିତ ଏହାକୁ ହଜ଼ମ କରିବା କଷ୍ଟକର ହୋଇପଡ଼ିଥାଏ।
ସେହିପରି ଭାବରେ ଅଧିକ କ୍ଷୀର ଚା କିମ୍ବା କଫି ପିଇବା ଦ୍ୱାରା ମଧ୍ୟ ଶରୀରର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବାକୁ ଲାଗିଥାଏ। ଏହାଦ୍ୱାରା ପେଟ ଖରାପ ହେବା ସହିତ ଡିହାଇଡ୍ରେସନ୍ ହେବା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏହା ବଦଳରେ ଆପଣ ଗ୍ରୀନ ଟି, ବ୍ଲାକ ଟି, ଏବଂ କୋଲଡ୍ ଆଇସିଡ ଟି ବ୍ୟବହାର କରିପାରିବେ। ଖରାଦିନେ ଦହି, ଲେମ୍ବୁ ସରବତ୍ ଏବଂ ତାଜା ଫଳ ଖାଇବାକୁ ପରାମର୍ଶ ଦିଆଯାଇଛି।