ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଲେ କଣ୍ଠ ସ୍ୱର ରେ ଦେଖାଯାଏ ଏହି ସବୁ ବଡ଼ ପରିବର୍ତନ, ଜାଣନ୍ତୁ କେମିତି, ହୁଅନ୍ତୁ ସତର୍କ 

 
Omicron symptom

ଡେଲ୍ଟା ଭ୍ୟାରିଅଣ୍ଟ ପରେ ଏବେ ସାରା ବିଶ୍ୱକୁ କବଳିତ କରିବାକୁ ଲାଗିଲାଣି କରୋନାର ନୂତନ ରୂପ ଓମିକ୍ରନ୍। ଏହା ଡେଲ୍ଟା ଭ୍ୟାରିଅଣ୍ଟ ଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଥିବା ବେଳେ ଏଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି ସରକାର। ତେବେ, ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଥିବା ବ୍ୟକ୍ତି ବିଶେଷଙ୍କ ଠାରେ ଡେଲ୍ଟା ଭ୍ୟାରିଅଣ୍ଟ ପରି ଲକ୍ଷଣ ଦେଖା ଯାଉଥିବା ବେଳେ ଏହା ବ୍ୟତୀତ ଆଉ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି।

Omicron

ଲୋକମାନେ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହେଲେ ସେମାନଙ୍କ ଗଳାରେ ଯନ୍ତ୍ରଣା ଅନୁଭବ କରୁଥିଲେ କିନ୍ତୁ ଓମିକ୍ରନ୍ କ୍ଷେତ୍ରରେ ରୋଗୀଙ୍କର ଗଳା ଭିତରେ ଖଣ୍ଡିଆ ହୋଇଯାଉଛି। ଫଳରେ ବଡ଼ ପାଟିରେ କଥା ହେବା, ଗୀତ ଗାଇବା ପରି କାର୍ଯ୍ୟ କରିବା ବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ଗଳା ଭିତରେ ପୋଡ଼ା ଜଳା ହେଉଥିବାର ନଜିର ସାମ୍ନାକୁ ଆସୁଛି। ଏହିଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ସମ୍ପର୍କ କରିବା ପାଇଁ କୁହାଯାଇଛି।

Throat pain

ଦକ୍ଷିଣ ଆଫ୍ରିକାର ଡିସକଭରି ହେଲଥର ମୁଖ୍ୟ କାର୍ଯ୍ୟନିର୍ବାହୀ ରିଆନ୍ ରୋଚ୍ କହିଛନ୍ତି ଯେ ଓମିକ୍ରନ୍ ପୀଡିତ ଲୋକମାନେ ନାକ ବନ୍ଦ ହୋଇଯିବା, ଶୁଖିଲା କାଶ ହେବା ଏବଂ ପିଠିରେ ଯନ୍ତ୍ରଣା ଭଳି ସମସ୍ୟା ଅନୁଭବ କରୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଡେଲ୍ଟା ଭ୍ୟାରିଅଣ୍ଟ ପରି ଓମିକ୍ରନ୍ ସେତେଟା ଭୟଙ୍କର ନୁହେଁ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ଡେଲ୍ଟା ତୁଳନାରେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ୫୦% ରୁ ୭୦% ଲୋକଙ୍କୁ ଡାକ୍ତରଖାନା ଯିବାକୁ ପଡୁନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି।

From around the web