ଶରୀରରେ ଅକ୍ସିଜେନ ସ୍ତର କମ୍ ହେଲେ ଦେଖାଦିଏ ଏହି ୬ଟି ଲକ୍ଷଣ, ଭୁଲରେ ବି କରନ୍ତୁନି ଅଣଦେଖା, ଜାଣନ୍ତୁ

 
ଶରୀରରେ ଅକ୍ସିଜେନ ସ୍ତର କମ୍ ହେଲେ ଦେଖାଦିଏ ଏହି ୬ଟି ଲକ୍ଷଣ, ଭୁଲରେ ବି କରନ୍ତୁନି ଅଣଦେଖା, ଜାଣନ୍ତୁ

ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗୁଛି। ବର୍ତ୍ତମାନ କରୋନା ର ନୂତନ ଷ୍ଟ୍ରେନ୍ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହେଉଛି,ଏହା ଫୁସଫୁସ ଉପରେ ସିଧାସଳଖ ପ୍ରଭାବ ପକାଉଥିବାରୁ ଏଥିପାଇଁ ରୋଗୀ ମାନଙ୍କର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇଥାଏ। କରୋନା ଫୁସଫୁସ ଏବଂ ଶ୍ୱାସକ୍ରିୟାକୁ ସିଧାସଳଖ ପ୍ରଭାବିତ କରିଥାଏ, ତେଣୁ ଶରୀର କୁ ଏହି ସମୟରେ ଅଧିକରୁ ଅଧିକ ଅମ୍ଳଜାନ ଆବଶ୍ୟକ ହୋଇଥାଏ।

କରୋନା ରେ ସଂକ୍ରମଣ ହେତୁ ଶରୀରରେ ଅମ୍ଳଜାନ ଅଭାବର ଗମ୍ଭୀର ପରିଣାମ ରହିଛି ତେଣୁ କୋଭିଡ ରୋଗୀ ଏବଂ ତାଙ୍କର ଯତ୍ନକାରୀମାନେ ରୋଗୀର ଅମ୍ଳଜାନ ସ୍ତର ପ୍ରତି ବିଶେଷ ଧ୍ୟାନ ଦେବା ନିହାତି ଦରକାର ଅଟେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ସୁସ୍ଥ ଏବଂ ସାଧାରଣ ମଣିଷର ଅମ୍ଳଜାନ ସ୍ୟାଚୁରେସନ୍ ସ୍ତର ୯୫ ରୁ ୧୦୦ପ୍ରତିଶତ ମଧ୍ୟରେ ରହିବା ଉଚିତ।

ଅମ୍ଳଜାନ ଅଭାବ ହେତୁ ଶରୀରରେ ରକ୍ତ ସଞ୍ଚାଳନ ମନ୍ଥର ହୋଇଯାଏ। କେବଳ ଏତିକି ନୁହେଁ, ଅମ୍ଳଜାନର ଅଭାବ ରେ ମସ୍ତିଷ୍କର ରକ୍ତସ୍ରାବ ଏବଂ ହୃଦଘାତର ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ମଧୁମେହ ରୋଗୀଙ୍କଠାରେ ଅମ୍ଳଜାନର ଅଭାବ ହେତୁ ରକ୍ତରେ ଥିବା ସୁଗାର୍ ଲେବୁଲ୍ ହଠାତ୍ ବଢ଼ିଯାଏ, ଯାହା ଅତ୍ୟନ୍ତ ଘାତକ ଅଟେ। ଏବେ ଆସନ୍ତୁ ଜାଣିବା ଶରୀର ରେ ଅମ୍ଳଜାନ କମିବାର କେତୋଟି ଲକ୍ଷଣ ବିଷୟରେ:-

୧.ନିଶ୍ୱାସ ନେବାରେ ଅସୁବିଧା ହେବା।

୨.କ୍ଳାନ୍ତ ଅନୁଭବ କରିବା।

୩.ମୁଣ୍ଡ ବୁଲାଇବା ଏବଂ ଭ୍ରମ ଉତ୍ପନ୍ନ ହେବା।

୪.ଓଠ ଏବଂ ମୁହଁର ରଙ୍ଗ ନୀଳ ହୋଇଯିବା।

୫.ଛାତି ରେ ଯନ୍ତ୍ରଣା କିମ୍ବା ଜଳୁଥିବା ପରି ଲାଗିବା।

୬.ଚାଲିବା ଏବଂ ଉଠିବାରେ ଅସୁବିଧା ହେବା।

ତେବେ ଆପଣଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲେ, ତୁରନ୍ତ ପେଟ ତଳକୁ କରି ସମତଳ ହୋଇ ଶୋଇଯିବା ଉଚିତ ଏହା ଦ୍ୱାରା ଦେହକୁ ଅଧିକ ଅମ୍ଳଜାନ ମିଳିଥାଏ, ଏହା ବ୍ୟତୀତ ମୁଣ୍ଡ, ଅଣ୍ଟା, ଏବଂ ପାଦ ତଳେ ଅନେକ ତକିଆ ରଖନ୍ତୁ।ଏକରୁ ଦୁଇ ଘଣ୍ଟା ମଧ୍ୟରେ ଆପଣଙ୍କର ସ୍ଥିତି ପରିବର୍ତ୍ତନ କରନ୍ତୁ ଏବଂ ସମୟ ସମୟରେ ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ।