ଅଧିକ ତେଲଯୁକ୍ତ ଖାଦ୍ୟ ଖାଉଛନ୍ତି କି? ସାବଧାନ, ଶରୀରରେ ସୃଷ୍ଟି କରିପାରେ ଏହି ସବୁ ସମସ୍ୟା

 
Oil

ରୋଷେଇ କରିବା ପାଇଁ ଆମ୍ଭେମାନେ ସାଧାରଣତଃ ତେଲ ବ୍ୟବହାର କରିଥାଉ। ଏହା ଖାଦ୍ୟକୁ ସୁସ୍ୱାଦୁ କରିବା ସହିତ ଶରୀରକୁ ଆବଶ୍ୟକ ପରିମାଣର ପୋଷକତତ୍ୱ ପ୍ରଦାନ କରିବାରେ ମଧ୍ୟ ସହାୟକ ହୋଇଥାଏ। କିନ୍ତୁ, ଖାଦ୍ୟରେ ଅଧିକ ମାତ୍ରାରେ ତେଲ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର ନୁହେଁ। ଏହାଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ।

Oil

 ଖାଦ୍ୟରେ ତେଲର ପରିମାଣ ଅଧିକ ହେବାଦ୍ୱାରା ମଣିଷ ଶରୀରରେ କୋଲେଷ୍ଟ୍ରଲ ବ୍ୟତୀତ ଉଚ୍ଚ ରକ୍ତ ଚାପ ହେବା ସହ ହୃଦୟ ଏବଂ ଯକୃତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଆପଣ ବିଶୋଧିତ ତେଲ ବ୍ୟବହାର କରୁଥିଲେ। ଖାଦ୍ୟରେ ଦିନକୁ ୩-୪ ଚାମଚ ତେଲ ପର୍ଯ୍ୟନ୍ତ ସୀମିତ ରଖିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଶରୀରରେ ଚର୍ବି ଏବଂ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରଣ ମଧ୍ୟରେ ରହିଥାଏ।

Cholestrol

କେବଳ ଯେ ସେତିକି ନୁହେଁ ନିୟନ୍ତ୍ରଣ ମଧ୍ୟରେ ବିଶୋଧିତ ତୈଳ ବ୍ୟବହାର କରିଲେ ଏହା ଆମ ଶରୀରରେ ଚର୍ମ, କେଶ ଏବଂ ହାଡକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେବେ, ଦୈନିକ ୨୦ ଗ୍ରାମ ଠାରୁ ଅଧିକ ତେଲ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଏହା ନିଶ୍ଚିତ ଭାବରେ ଜାଣି ରଖନ୍ତୁ।