ପେଟ ସହ ଜଡିତ ଏହିସବୁ ସମସ୍ୟା ଦେଖା ଦେଉଛି କି? ତେବେ, ରୁହନ୍ତୁ ସାବଧାନ ହୋଇଥାଇ ପାରନ୍ତି ଓମିକ୍ରନର ଶିକାର

 
Stomach ache

ଓମିକ୍ରନ୍ ସଂକ୍ରମିତ ହେଲେ ରୋଗୀଙ୍କ ଠାରେ ଦେଖା ଦେଉଛି ଭିନ୍ନ ଭିନ୍ନ ପ୍ରକାରର ସମସ୍ୟା। ପୂର୍ବରୁ କରୋନା ସଂକ୍ରମିତଙ୍କ ଠାରେ ଥଣ୍ଡା, ଜ୍ୱର, ଆଣ୍ଠୁ ଗଣ୍ଠି ବିନ୍ଧା ପରି ସମସ୍ୟା ଦେଖା ଦେଉଥିବା ବେଳେ ଏବେ ଓମିକ୍ରନ୍ ସଂକ୍ରମିତଙ୍କ ଠାରେ ସାଧାରଣ ଲକ୍ଷଣ ଗୁଡିକ ସହିତ ପେଟ ଖରାପ ଜନିତ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି।

Omicron

ବିଶେଷଜ୍ଞଙ୍କ କହିବା ମୁତାବକ ଓମିକ୍ରନ୍ ସଂକ୍ରମିତଙ୍କ ଠାରେ କୋଭିଡ଼ ଠାରୁ କିଛି ଭିନ୍ନ ଲକ୍ଷଣ ଦେଖିବାକୁ ମିଳୁଛି। ଏମାନଙ୍କ ଠାରେ ବିନା ଜ୍ୱରରେ ବାନ୍ତି, ପିତ୍ତ ବାନ୍ତି ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଉଛି ଓମିକ୍ରନ୍ ଆକ୍ରାନ୍ତଙ୍କ ଠାରେ ଥଣ୍ଡା ସର୍ଦି ବିନା ମଧ୍ୟ ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ କହିବା ଅନୁଯାଇ ଓମିକ୍ରନ୍ ରେ ପେଟ ଭିତରେ ପତଳା ପରସ୍ତର ମ୍ୟୁକୋସା ସୃଷ୍ଟି ହେଉଛି। ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେଉଛି।

Stomach ache

କୋଭିଡ଼ ଟୀକାର ଦୁଇ ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ବିଶେଷଙ୍କ ଠାରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି। ତେଣୁ, ବିନା ଥଣ୍ଡା ସର୍ଦିରେ ମଧ୍ୟ ଯଦି ଆପଣଙ୍କର ପେଟରେ ଯନ୍ତ୍ରଣା ହେଉଛି କିମ୍ବା ବାନ୍ତି ଝାଡ଼ା ହେଉଛି ତେବେ ତୁରନ୍ତ କୋଭିଡ଼ ପରୀକ୍ଷା କରାଇ ନେବାକୁ କୁହାଯାଉଛି। କୋଭିଡ଼ ଚିହ୍ନଟ ହେଲେ ନିଜକୁ ଆଇସୋଲେସନ୍ ରେ ରଖି ପ୍ରୋଟିନ ଯୁକ୍ତ ଖାଇବା ଏବଂ ପ୍ରଚୁର ପାଣି ପିଇବା ପାଇଁ ନିର୍ଦେଶ ଦିଆଯାଉଛି।