କରୋନା କାଳରେ ନିଜର ଫୁସଫୁସ କୁ ବି ସାନିଟାଈଜ କରିବା ନିହାତି ଜରୁରୀ ଅଟେ, ତେବେ ଏମିତି ଭାବରେ କରନ୍ତୁ ନିଜର ଫୁସଫୁସ କୁ ସାନିଟାଈଜ

 
କରୋନା କାଳରେ ନିଜର ଫୁସଫୁସ କୁ ବି ସାନିଟାଈଜ କରିବା ନିହାତି ଜରୁରୀ ଅଟେ, ତେବେ ଏମିତି ଭାବରେ କରନ୍ତୁ ନିଜର ଫୁସଫୁସ କୁ ସାନିଟାଈଜ

ସାରା ବିଶ୍ୱ ବର୍ତ୍ତମାନ କରୋନା ବିରୁଦ୍ଧରେ ଲଢ଼ୁଥିବା ବେଳେ, ସମସ୍ତଙ୍କୁ ସାନିଟାଇଜର୍ ଏବଂ ମାସ୍କ ବ୍ୟବହାର କରିବାକୁ ନିର୍ଦେଶ ଦିଆ ଯାଉଛି। ତେବେ ଘରେ ମଧ୍ୟ ପ୍ରତିଦିନ ବାଷ୍ପ ନେବା ଦ୍ୱାରା ଆପଣ ନିଜକୁ କରୋନା କବଳରୁ ରକ୍ଷା କରି ପାରିବେ।

ପ୍ରକୃତରେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ କରୋନା ଭୂତାଣୁ ରୋଗୀ ମାନଙ୍କର ଫୁସଫୁସ ଏବଂ ହୃଦୟ କୁ ପ୍ରଥମେ ଅକ୍ରାନ୍ତ କରିଥାଏ। ଏପରିକି କରୋନା ର ନୂତନ ଷ୍ଟ୍ରେନ ଖୁବ ଶୀଘ୍ର ମଣିଷର ଫୁସଫୁସ୍ କୁ ଆକ୍ରାନ୍ତ କରିବା ସହ ଏହାକୁ ଖରାପ କରୁଥିବାର ଖବର ଆସୁଛି।

ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଡାକ୍ତର ଏବଂ ବିଶେଷଜ୍ଞ ମାନେ ପ୍ରତିଦିନ ଉଷୁମ ପାଣିର ବାଷ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତର ମାନଙ୍କ କହିବା ଅନୁଯାଇ ବାଷ୍ପ ମଣିଷର ଫୁସଫୁସ୍ ପାଇଁ ଏକ ସାନିଟାଇଜର୍ ପରି କାମ କରିଥାଏ। ତେଣୁ ଏହା ପ୍ରତିଦିନ କରିବା ଦ୍ୱାରା କରୋନା ପ୍ରଭାବରୁ ନିଜକୁ ରକ୍ଷା କରିହେବ ବୋଲି ମତ ପୋଷଣ କରାଯାଇଛି।

ଏକ ଅଧ୍ୟୟନ ଅନୁଯାଇ ଗରମ ବାଷ୍ପ କୁ ୫୦ ଡିଗ୍ରୀ ସେଲସିଅସ୍ ରେ ନିଶ୍ୱାସ ଦ୍ୱାରା ନେଲେ ଏହା ବହୁତ ଫାଇଦା ଦେଇଥାଏ। ସେହିପରି ଯଦି ଏହାକୁ ୬୦ ଡିଗ୍ରୀ ସେଲସିୟସ୍ ରେ ନିଶ୍ୱାସ ଦ୍ୱାରା ନିଆଯାଏ ତେବେ ଏହା କରୋନା ଭାଇରସ୍ କୁ ମାରିବାରେ ସହାୟତା କରେ ଏବଂ ଏହା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ଭାଇରସ୍ କୁ ପ୍ରତିରୋଧ କରିବାରେ ସକ୍ଷମ ହୋଇଥାଏ।