ଭାରତ ବଜାରକୁ ଆସିଲା ରୁଷ ଟୀକା ସ୍ପୁଟ୍ନିକ୍-V, ଜାଣନ୍ତୁ ଏହାର ଦାମ୍ ଓ ଏହା ଭାରତ ଟିକାଠୁ କେତେ ଭଲ

 
ଭାରତ ବଜାରକୁ ଆସିଲା ରୁଷ ଟୀକା ସ୍ପୁଟ୍ନିକ୍-V, ଜାଣନ୍ତୁ ଏହାର ଦାମ୍ ଓ ଏହା ଭାରତ ଟିକାଠୁ କେତେ ଭଲ

ଭାରତରେ କରୋନା ଭାଇରସର ସଂକ୍ରମଣ ବଢୁଥିବା ବେଳେ ଏହାରି ଭିତରେ ଏକ ଭଲ ଖବର ସାମ୍ନା କୁ ଆସିଛି। କୋଭିଶିଲ୍ଡ ଏବଂ କୋଭ୍ୟାକ୍ସିନ୍ ପରେ ଅନ୍ୟ ଏକ ଟିକା ସ୍ପୁଟନିକ-ଭି ମଧ୍ୟ ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବାକୁ ଯାଉଛି। ଭାରତରେ ସ୍ପୁଟନିକ୍ ଟୀକା ଆମଦାନୀକାରୀ କମ୍ପାନୀ ଡକ୍ଟର ରେଡ୍ଡୀସ୍ ଲାବୋରେଟୋରୀ ଏହାକୁ ନେଇ ସୂଚନା ଦେବା ସହ ଏହାର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ କରିଛି।

ଟୀକା ଆମଦାନୀକାରୀ ଡକ୍ଟର ରେଡ୍ଡୀ କମ୍ପାନୀ ଏହି ଟୀକାର ମୂଲ୍ୟ ୯୯୫.୪୦  ଟଙ୍କା ରହିବ ବୋଲି କହିଛି। ଅବଶ୍ୟ, ଯେତେବେଳେ ସ୍ପୁଟ୍ନିକ୍-V ଟିକା ଭାରତରେ ଉତ୍ପାଦନ ଆରମ୍ଭ ହେବ, ସେତେବେଳେ ଏହାର ମୂଲ୍ୟ ହ୍ରାସ ପାଇ ପାରିବ ବୋଲି ଜଣାପଡିଛି।

ରୁଷିଆ ଦ୍ୱାରା ନିର୍ମିତ ସ୍ପୁଟନିକ୍-ଭି ର ପ୍ରଥମ ପଠାଣ କିସ୍ତି (ପ୍ରାୟ ୧.୫ ମିଲିୟନ୍ ଡୋଜ) ମେ ୧ ରେ ଭାରତରେ ପହଞ୍ଚିଥିଲା ​​ଏବଂ ଦ୍ୱିତୀୟ କିସ୍ତି ମଧ୍ୟ ଦୁଇ ଦିନ ମଧ୍ୟରେ ପହଞ୍ଚିବ। ଡ଼.ରେଡ୍ଡୀ ଲ୍ୟାବ କହିବା ଅନୁଯାଇ ଏହି ଟୀକାକୁ ମେ ୧୩ ରେ ସେଣ୍ଟ୍ରାଲ ଡ୍ରଗ୍ ରେଗୁଲେଟୋରୀ କାଉନ୍ସିଲ ଅନୁମୋଦନ କରିଛି ତେଣୁ ଏହା ଆସନ୍ତା ସପ୍ତାହରୁ ବଜାରରେ ଉପଲବ୍ଧ ହେବ। ତେବେ ଡକ୍ଟର ରେଡ୍ଡୀ ଲ୍ୟାବ୍ ଦ୍ୱାରା ଶୁକ୍ରବାର ଦିନ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ ଠାରେ ପ୍ରଥମ ଟୀକାକରଣ କରାଯାଇଛି।