ସାବଧାନ! ଭାରତରେ ଧୃତ ଗତିରେ ବଢୁଛି ବଧିରଙ୍କ ସଂଖ୍ୟା, ଏହି ଭୁଲରୁ ଆପଣ ମଧ୍ୟ ହୋଇପାରନ୍ତି ଏହାର ଶିକାର, ଜାଣନ୍ତୁ ପୂରା ଖବର

 
Hearing problem

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ଅଟେ ସମ୍ପଦ। ଲୋକମାନଙ୍କର ଅସାବଧାନତା ଏବଂ ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ ହେତୁ ହିଁ ସେମାନେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି। ଯେପରିକି ପୂର୍ବରୁ କେବଳ ବୃଦ୍ଧା ବୟସରେ ହିଁ ଲୋକମାନଙ୍କର ଶୁଣିବା ଏବଂ ଦୃଷ୍ଟି ଶକ୍ତି ହ୍ରାସ ହେଉଥିଲା। କିନ୍ତୁ, ଏବେ କିଶୋର କିଶୋରୀଙ୍କ ମଧ୍ୟରେ ଏହା ସାଧାରଣ କଥା ଅଟେ।

Smoking

ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଭାରତରେ ବଧିର ଏବଂ ଶୁଣିବାକୁ ଅକ୍ଷମ ଲୋକଙ୍କ ସଂଖ୍ୟା ପାଖାପାଖି ୬୩ ନିୟୁତରେ ପହଞ୍ଚିଗଲାଣି। ଏହି ସମସ୍ୟା ହେବାର ଅନେକ କାରଣ ରହିଛି। ଏପରିକି ଧୂମ୍ରପାନ ମଧ୍ୟ ବଧିର ସମସ୍ୟାର ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି। ସିଗାରେଟରେ ରହିଥିବା ନିକୋଟିନ୍ ସଂସ୍ପର୍ଶରେ ଆସି କାନ ସମସ୍ୟା ଦେଖା ଦେଇଥାଏ। ଧୂମ୍ରପାନ ହିଁ କାନ ବାଜିବା ସମସ୍ୟାର ମୁଖ୍ୟ କାରଣ ଅଟେ ବୋଲି କୁହାଯାଇଛି।

Headphone

ଅତ୍ୟଧିକ ଇୟରଫୋନ୍-ହେଡଫୋନ୍ ବ୍ୟବହାର କରିବା ମଧ୍ୟ କାନ ଖରାପ ହେବାର ମୁଖ୍ୟ କାରଣ ଅଟେ। ଯେତେସମ୍ଭବ ଏହା ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ନଚେତ୍ ବ୍ୟବହାର କରିବା ବେଳେ କେବଳ ୬୦ ପ୍ରତିଶତ କିମ୍ବା ତାଠାରୁ କମ୍ ଭଲ୍ୟୁମରେ ହିଁ ଗୀତ ଶୁଣନ୍ତୁ। କାନ ସଫା କରିବା ପାଇଁ ଅତ୍ୟଧିକ ଇୟରବଡ୍ ବ୍ୟବହାର କରିବା ମଧ୍ୟ ଉଚିତ୍ ନୁହେଁ ଏହା କରିବା ଦ୍ୱାରା ଆପଣଙ୍କ କାନର ଆଭ୍ୟନ୍ତରୀଣ ଅଙ୍ଗ ଉପରେ ପ୍ରଭାବ ପଡିଥାଏ।