ଖରାଦିନେ ତ୍ୱଚା ଖରାପ ହେଉଥିବାରୁ ଚିନ୍ତିତ କି? ଏହି ସରଳ ଘରୋଇ ଉପାୟ ଦ୍ୱାରା ନିଜ ତ୍ୱଚାକୁ ସୁନ୍ଦର ଏବଂ ହାଇଡ୍ରେଟ୍ ରଖିପାରିବେ ଆପଣ
ବର୍ତ୍ତମାନ ମାର୍ଚ୍ଚ ମାସ ଚାଲୁଥିବା ବେଳେ ଖରାଦିନର ମଧ୍ୟ ଆଗମନ ହୋଇଛି। ଖାସ୍ କରି ଆମ ରାଜ୍ୟରେ ଖରାର ପ୍ରକୋପ ଅଧିକ ହେଉଥିବାରୁ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଦରକାର। ଖରାଦିନେ ତ୍ୱଚା ଖରାପ ହେବାର ଭୟ ରହିଥାଏ।
ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଆମ୍ଭର ତ୍ୱଚା ଶୁଷ୍କ, ଝାଳୁଆ ଏବଂ ଡିହାଇଡ୍ରେଡ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଖରାଦିନେ ଖରା ସଂସ୍ପର୍ଶରେ ଆସି ଆମ୍ଭର ଚର୍ମ ଦୁର୍ବଳ ଏବଂ ଶୁଷ୍କ ଦେଖାଯାଇ ଥାଏ। କିନ୍ତୁ ମାତ୍ର ଅଳ୍ପ କେତୋଟି ସହଜ କାମ କରିବା ଦ୍ୱାରା ଆମ୍ଭେ ଆମର ତ୍ୱଚା କୁ ଶୁଷ୍କ ଏବଂ ରୁଗ୍ଣ ହେବାରୁ ରକ୍ଷା କରିପାରିବା। ତେବେ ଚାଲନ୍ତୁ ଜାଣିବା ଏପରି କିଛି ସହଜ ଉପାୟ ଯାହା ଦ୍ୱାରା ଆମେ ତ୍ୱଚାର ଯତ୍ନ ନେଇପାରିବା:-
-
ପ୍ରଚୁର ପାଣି ପିଅନ୍ତୁ:- ଖରା ଦିନେ ପ୍ରଚୁର ପାଣି ପିଇବା ନିହାତି ଆବଶ୍ୟକ ଅଟେ। ଏହା କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦର୍ଥ ଅଲଗା ହେବା ସହ ଅମ ଶରୀର ହାଇଡ୍ରେଟ ହୋଇ ରହିଥାଏ। ତେଣୁ ପ୍ରତିଦିନ ଆମ୍ଭେ ୩.୫ ଲିଟର ରୁ ଅଧିକ ପାଣି ପିଇବା ନିହାତି ଆବଶ୍ୟକ ଅଟେ।
-
ଦୈନିକ ଏକ ସୁରକ୍ଷିତ ସନ୍-ସ୍କ୍ରିନ୍ ବ୍ୟବହାର କରନ୍ତୁ: ଅଲ୍ଟ୍ରାଭାଇଲେଟ୍ କିରଣ ଚର୍ମ ରୋଗ ଏବଂ ଚର୍ମ ଖରାପ ହେବାର ମୂଳ କାରଣ ଅଟେ। ତେଣୁ ତ୍ୱଚାକୁ ରକ୍ଷା କରିବା ପାଇଁ, SPF 30 କିମ୍ବା ତଦୁର୍ଦ୍ଧ ରହିଥିବା ସନ୍-ସ୍କ୍ରିନ୍ ପ୍ରତିଦିନ ବ୍ୟବହାର କରିବା ଉଚିତ।
-
ମଶ୍ଚରାଇଜର:- ଚର୍ମକୁ ମଶ୍ଚରାଇଜ ଏବଂ କୋମଳ ରଖିବା ଏକ ଉଜ୍ଜ୍ୱଳ ତ୍ୱଚା ହାସଲ କରିବାର ଖୁବ ଭଲ ଉପାୟ ଅଟେ। କିନ୍ତୁ ଆପଣ ନିଜ ଚର୍ମ ପ୍ରକାର ଅନୁଯାୟୀ ସଠିକ୍ ମଶ୍ଚରାଇଜର ବାଛିବା ଆବଶ୍ୟକ ଅଟେ।
-
ଗରମ ପାଣିର ବ୍ୟବହାର:- ଅତ୍ୟଧିକ ଗରମ ଥିବା ପାଣି ବ୍ୟବହାର କରିବା ଦ୍ୱାରା ତ୍ୱଚାର କୋମଳପଣ ନଷ୍ଟ ହୋଇଥାଏ। ତେଣୁ ଚୁଟି କିମ୍ବା ତ୍ୱଚାରେ ଅଧିକ ଗରମ ପାଣି ବ୍ୟବହାର କରିବା ଅନୁଚିତ।
-
ଧୂମ୍ରପାନ:- ଧୂମ୍ରପାନ ଆମ ଶରୀର ସହ ତ୍ୱଚା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ। ଧୂମ୍ରପାନ କରିବା ଦ୍ୱାରା ଚର୍ମ କର୍କଟ ପରି ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ।
-
ଶୋଇବା:- ଏକ ସୁସ୍ଥ ତ୍ୱଚା ପାଇଁ ଠିକ ଭାବରେ ଶୋଇବା ନିହାତି ଜରୁରୀ ଅଟେ। ଖାସ୍ କରି ରାତିରେ ଠିକ ଭାବରେ ନ ଶୋଇଲେ ଚେହେରା ମଳିନ ପଡିଯାଇଥାଏ। ଠିକ ଭାବରେ ଶୋଇବା ଦ୍ୱାରା ଚେହେରା ଉଜ୍ବଳ ଏବଂ ସୁସ୍ଥ ଦେଖା ଯାଇଥାଏ।