ଟୀକା ନେବା ପରେ ଏହିସବୁ ସାଇଡ୍ ଇଫେକ୍ଟ ଗୁଡିକ ହୋଇପାରେ ଘାତକ! ସତର୍କ କରାଇଲେ ସରକାର ଜାଣନ୍ତୁ

 
Vaccination

କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସରକାର ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ଏପରି ପରିସ୍ଥିତିରେ ଗୋଟିଏ ପଟେ ଏହି ଟୀକା କରୋନା ଭାଇରସ୍ ସହିତ ଲଢ଼ିବା ପାଇଁ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ବେଳେ ଏହାର କେତେକ ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ସାମ୍ନା କୁ ଆସିଛି।

ବ୍ରିଟେନରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଭାକସିନ୍ ନେଇଥିବା ଲୋକମାନଙ୍କ ଠାରେ ବ୍ଲଡ଼ କ୍ଲଟ୍ ଅଥବା ରକ୍ତ ଜମାଟ ବାନ୍ଧିବା ପରି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ସାମ୍ନା କୁ ଆସିଥିବା ବେଳେ। ଭାରତରେ ଏପରି ବହୁତ କମ ମାମଲା ସାମ୍ନା କୁ ଆସିଛି। ଭାରତରେ ବର୍ତ୍ତମାନ ବ୍ୟବହୃତ ହେଉଥିବା କୋଭ୍ୟାକ୍ସିନ ଏବଂ କୋଭିସିଲ୍ଡ ଟୀକା ମଧ୍ୟରେ କୋଭିସିଲ୍ଡ ଟୀକା ନେଇଥିବା କିଛି ଲୋକଙ୍କଠାରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଏହାମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସ୍ୱାସ୍ଥ୍ୟ କର୍ମୀ ଓ ଭାକସିନ୍ ନେଇଥିବା ବ୍ୟକ୍ତିମାନଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ନେଇ ଆଡଭାଇଜାରୀ ଜାରି କରିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁଯାଇ ଟୀକା ନେବାର ୨୦ ଦିନ ଭିତରେ ବ୍ଲଡ଼ କ୍ଲଟ୍ ଲକ୍ଷଣ ପ୍ରତି ସାବଧାନ ରହିବା ଉଚିତ। ଏଥିସହିତ ଟୀକା ନେବା ପରେ ଜୋରରେ ମୁଣ୍ଡ ବିନ୍ଧା, ଛାତିରେ ଯନ୍ତ୍ରଣା, ଶରୀରରେ ପୀଡା, ବାନ୍ତି, ପେଟ କାଟିବା ଓ ନିଶ୍ୱାସପ୍ରଶ୍ୱାସରେ କଷ୍ଟ ହେଲେ ଟିକାକରଣ କେନ୍ଦ୍ରରେ ଅଭିଯୋଗ କରିବାକୁ ନିର୍ଦେଶ ଦିଆଯାଇଛି।

ଏହା ବ୍ୟତୀତ ଟୀକା ଲଗାଇବା ପରେ କୌଣସି ଅଙ୍ଗ କାମ ନକଲେ, ଆଖିରେ ଜଳା ପୋଡ଼ା ହେଲେ, ଧୂଆଁ ଧୂଆଁ ଦେଖାଗଲେ ଏବଂ ମାନସିକ ଅବସାଦ ପରି ଲକ୍ଷଣ ଦେଖାଗଲେ ଏହାକୁ ଗୁରୁତର ଭାବରେ ନେବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଏକ ରିପୋର୍ଟ ଅନୁଯାଇ ଟୀକା ନେବା ପରେ ୬୧୭ ଜଣଙ୍କର ପାର୍ଶ୍ୱ ପ୍ରତିକ୍ରିୟା ଓ ମୃତ୍ୟୁ ମାମଲା ସାମ୍ନା କୁ ଆସିଛି। ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ଦେଶରେ ଟିକାକରଣ ପରେ ୧୮୦ଟି ମୃତ୍ୟୁ ମାମଲା ଆସିଥିବା ଜଣାପଡିଛି।