WHO ଦେଲା ଚେତାବନୀ! ଲୁଣ ପାଇଁ ମୃତ୍ୟୁବରଣ କରିବେ ୭୦ ଲକ୍ଷ ଲୋକେ, ବଢିବ ଏହି ୫ଟି ରୋଗ, ଜାଣି ରଖନ୍ତୁ କାରଣ

 
Salt

ଯେତେ ସୁଆଦିଆ ଖାଦ୍ୟ ହୋଇଥାଉ ନା କାହିଁକି, ଯଦି ସେଥିରେ ଲୁଣ କମ ହୋଇଯାଏ ତେବେ ଏହା ଖାଇବା ପାଇଁ ଭଲ ଲାଗିନଥାଏ। କିନ୍ତୁ, ଖାଦ୍ୟରେ ସୀମିତ ପରିମାଣର ହିଁ ଲୁଣ ବ୍ୟବହାର କରିବା ଉଚିତ୍। ଅଧିକ ଲୁଣ ଖାଇବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ ଦେଇଥାନ୍ତି। ଏପରିକି ଏଥିରେ ଆପଣଙ୍କ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି।

Salt

ଦିନକୁ ଯଦି ଆପଣ ୧୦.୮ ଗ୍ରାମରୁ ଅଧିକ ଲୁଣ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ସତର୍କ ହୋଇ ରହିବା ଜରୁରୀ ଅଟେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଲୁଣକୁ ନେଇ ଏଭଳି ହିଁ ଏକ ସତର୍କବାଣୀ ଜାରି କରାଯାଇଛି। ଯଦି ଖାଦ୍ୟରେ ଲୁଣର ବ୍ୟବହାରକୁ ନ କମାଯାଏ ତେବେ ଆଗାମୀ ୭ ବର୍ଷ ମଧ୍ୟରେ ଏହାର ବିଶ୍ୱର ପ୍ରାୟ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପଲଟିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

WHO

ସେଣ୍ଟର ଅଫ୍ ଡିଜିଜ (ସିଡିସି) ପକ୍ଷରୁ ପ୍ରତ୍ୟେକ ବ୍ୟକ୍ତି କେବଳ ଗୋଟିଏ ଚାମଚ ଲୁଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଲୁଣରେ ସୋଡିୟମ ରହିଥିବା ବେଳେ ଏହା ଶରୀରର ଏକ ପୋଷାକତତ୍ତ୍ୱ ଅଟେ। କିନ୍ତୁ, ଏହାର ଅଧିକ ବ୍ୟବହାର ରକ୍ତ ବାହିକାଗୁଡ଼ିକୁ ସଂକୀର୍ଣ୍ଣ ଓ କଠିନ କରିବା ସହିତ ହାର୍ଟ ଆଟାକ୍, ମେଦବହୁଳତା ଏବଂ କିଡ଼ନୀ ଫେଲ୍ୱର ଭଳି ସମସ୍ୟା ସୃଷ୍ଟି କରିପାରେ।

Snacks

ତେବେ, ଘରେ ଆମେ ଖାଉଥିବା ଖାଦ୍ୟ ଠାରୁ ବାହାରେ ପ୍ୟାକେଟରେ ମିଳୁଥିବା ପ୍ରୋସେସ୍ଡ ଫୁଡ଼ରେ ଅଧିକ ମାତ୍ରାରେ ଲୁଣ ବ୍ୟବହାର କରାଯାଇଥାଏ। ଲୁଣକୁ ଏକ ପ୍ରକାର ଖାଦ୍ୟ ସଂରକ୍ଷଣକାରୀ ଭାବରେ ବ୍ୟବହାର କରାଯାଇଥାଏ। ତେବେ, ପ୍ୟାକେଟ ଚିପ୍ସ ଏବଂ ସ୍ନାକ୍ସ ଗୁଡିକରେ ସ୍ୱାଦ ପାଇଁ ମଧ୍ୟ ଅଧିକ ଲୁଣ ବ୍ୟବହାର କରାଯାଇଥାଏ। ଆଗକୁ ଆସୁଥିବା ବିପଦକୁ ନଜ଼ରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସରକାରଙ୍କୁ ପ୍ରୋସେସ୍ଡ ଫୁଡ଼ ପ୍ୟାକେଟରେ ଅଧିକ ଲୁଣର ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି।