ରିସର୍ଚ୍ଚ ରୁ ବଡ଼ ଖୁଲାସା: ବଢୁଥିବା ବୟସ ନୁହେଁ ବରଂ ଏହି କାରଣରୁ ମହିଳାମାନଙ୍କ ଯୌନ ଇଚ୍ଛା କମିବାରେ ଲାଗିଛି 

 
ରିସର୍ଚ୍ଚ ରୁ ବଡ଼ ଖୁଲାସା: ବଢୁଥିବା ବୟସ ନୁହେଁ ବରଂ ଏହି କାରଣରୁ ମହିଳାମାନଙ୍କ ଯୌନ ଇଚ୍ଛା କମିବାରେ ଲାଗିଛି

ଅଧିକାଂଶ ଲୋକ ଭାବନ୍ତି ଯେ ମହିଳାଙ୍କ ବୟସ ବୃଦ୍ଧି ଏବଂ ମେନୋପୋଜ ହେତୁ ଯୌନ ସଂପର୍କ ପ୍ରତି ସେମାନଙ୍କର ଆଗ୍ରହ କମିଯାଇ ଥାଏ। କିନ୍ତୁ, ଏହାକୁ ନେଇ ବର୍ତ୍ତମାନ ଏକ ବଡ଼ ତଥ୍ୟ ସାମ୍ନା କୁ ଆସିଛି। ମହିଳାଙ୍କ ଯୌନ ଇଚ୍ଛାରେ ଘଟୁଥିବା ପରିବର୍ତ୍ତନଗୁଡିକ ଉପରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ମହିଳାମାନଙ୍କର ଯୌନ ଇଚ୍ଛା ହ୍ରାସ ହେବାର ଏକ ପ୍ରମୁଖ କାରଣ ହେଉଛି ସେମାନଙ୍କର ଶୋଇବା ପ୍ରଣାଳୀ।

ଯଦି ମହିଳାମାନେ କ୍ରମାଗତ ଅନେକ ରାତି ପାଇଁ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି, ଅର୍ଥାତ ରାତିରେ ସେମାନେ ୭-୮ ଘଣ୍ଟା ଭଲରେ ଶୋଇପାରୁ ନାହାନ୍ତି। ତେବେ ସେମାନଙ୍କ ଯୌନ ଜୀବନ ଉପରେ ଏହାର ପ୍ରତ୍ୟକ୍ଷ ଏବଂ ଖରାପ ପ୍ରଭାବ ପଡିଥାଏ।

ଏହି ଅଧ୍ୟୟନ ଡାକ୍ତର ଜୁଲିଆନା କ୍ଲିଙ୍ଗଙ୍କ ଦ୍ୱାରା କରାଯାଇଥିଲା। ଏହି ଅଧ୍ୟୟନରେ ଜଡିତ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯେଉଁ ମହିଳାମାନେ ରାତିରେ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି ସେମାନଙ୍କ ଠାରେ ଯୌନ ସମସ୍ୟା ଏବଂ ଯୌନ ସମ୍ପର୍କ ପ୍ରତି ଆଗ୍ରହ କମିବାର ଲକ୍ଷଣ ଗୁଡିକ ଦୁଇ ଗୁଣ ଅଧିକ ବଢିଯାଇଥାଏ।

ଏହି ଅଧ୍ୟୟନରେ ୩,୪୦୦ ରୁ ଅଧିକ ମହିଳା ଅନ୍ତର୍ଭୁକ୍ତ ହୋଇଥିଲେ ଏବଂ ସେମାନଙ୍କର ହାରାହାରି ବୟସ ୫୩ ବର୍ଷ ଥିଲା। ଏଥିମଧ୍ୟରୁ ୭୫ ପ୍ରତିଶତ ମହିଳାଙ୍କର ଶୋଇବା ଅଭ୍ୟାସ ଖରାପ ଥିବାବେଳେ, ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ମହିଳାଙ୍କର ଠାରେ ଯୌନ ସମ୍ବନ୍ଧୀୟ ସମସ୍ୟା ରହିଥିଲା। ଏହା ପୂର୍ବରୁ ମଧ୍ୟ ବହୁତଗୁଡ଼ିଏ ଅଧ୍ୟୟନ କରାଯାଇଛି ଯେଉଁଥିରେ ଉତ୍ତମ ଯୌନ ଜୀବନ ପାଇଁ ଭଲ ସ୍ୱାସ୍ଥ୍ୟ ସହ ସଠିକ ନିଦ୍ରା ମଧ୍ୟ ଆବଶ୍ୟକ ବୋଲି ଜଣାପଡିଥିଲା।