ବିଳମ୍ବିତ ରାତିରେ ଭୋଜନ କରୁଛନ୍ତି କି? ରୁହନ୍ତୁ ସାବଧାନ, ଏହି ଭୟଙ୍କର ରୋଗ ଦ୍ୱାରା ହୋଇପାରନ୍ତି ରୋଗାଗ୍ରସ୍ତ, ଜାଣନ୍ତୁ

 
Late night eating

ଆପଣଙ୍କର ମଧ୍ୟ ବିଳମ୍ବିତ ରାତିରେ ଡିନର୍ କରିବାର ଅଭ୍ୟାସ ରହିଛି କି? ଯଦି ଅଛି ଏପରି ଅଭ୍ୟାସ ତେବେ ତୁରନ୍ତ ସାବଧାନ ହୋଇ ଯାଆନ୍ତୁ କାରଣ ଏପରି ଖାଦ୍ୟ ଅଭ୍ୟାସ ରହିବା ଦ୍ୱାରା ଆପଣ ଅନେକ ପ୍ରକାରର ଭୟଙ୍କର ରୋଗର ଶିକାର ହୋଇ ପାରନ୍ତି। ରାତ୍ରି ଭୋଜନ ବିଳମ୍ବରେ କରିବା ଦ୍ୱାରା ଆପଣ କର୍କଟ ପରି ଘାତକ ରୋଗର ଶିକାର ହୋଇପାରନ୍ତି।

Dinner

ପ୍ରକୃତରେ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ କ୍ୟାନସର ଦ୍ୱାରା କରାଯାଇଥିବା ଅଧ୍ୟୟନରେ ୮୭୨ ପୁରୁଷ ଏବଂ ୧୩୨୧ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୨୧ ଜଣ ପ୍ରୋଷ୍ଟେଟ କ୍ୟାନସରରେ ଏବଂ ୧୨୦୫ ଜଣ ସ୍ତନ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା। ଏହି ରିପୋର୍ଟ ଅନୁଯାଇ ରାତି ୯ ଟା ମଧ୍ୟରେ ଡିନର୍ କରୁଥିବା ଲୋକମାନଙ୍କଠାରେ ଏହି ରୋଗ ହେବାର ଆଶଙ୍କା ସବୁଠାରୁ କମ ରହିଥାଏ।

Late night dinner

ସେହିପରି ରାତିରେ ଖାଇବା ପରେ ଅତି କମ୍‌ରେ ୨ ଘଣ୍ଟା ବା ତା'ଠାରୁ ଅଧିକ ସମୟ ପର୍ୟ୍ୟନ୍ତ ନଶୋଇବା ଲୋକଙ୍କ ମଧ୍ୟରେ କ୍ୟାନସରର ବିପଦକୁ ୨୦ ପ୍ରତିଶତ କମାଇ ଦେଇଥାଏ। କେବଳ ଏତିକି ନୁହେଁ ବରଂ ଆପଣ କେଉଁ ପ୍ରକାରର ଖାଦ୍ୟ ଖାଉଛନ୍ତି ତାହା ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଅଧିକ ତେଲ, ଲୁଣ, ମସଲା ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ବଢ଼ିଯାଇଥାଏ। ମିଠା ପାନୀୟ, କୋଲ୍ଡ ଡ୍ରିଙ୍କ୍ସ, ଲାଲ ମାଂସ, ଆଲକହ, ଧୂମପାନ, ରିଫାଇନରୀ ତେଲ ଅଲ୍ଟ୍ରା ପ୍ରୋସେସଡ ଫୁଡ ଏବଂ ହାଇ ପ୍ରୋଟିନ ଡାଏଟ ପାଇଁ ମଧ୍ୟ କ୍ୟାନସର ରୋଗ ସୃଷ୍ଟି ହୋଇଥାଏ।