ଅଳ୍ପ ବୟସରେ ହୃଦଘାତରେ ଚାଲିଗଲା ପୁନିଥ ରାଜକୁମାରଙ୍କ ଜୀବନ, ଏହି ୪ଟି ଅଭ୍ୟାସ ନ ଛାଡ଼ିଲେ ଆପଣ ବି ହୋଇପାରନ୍ତି ହୃଦଘାତର ଶିକାର

 
Heart attack

ଚଳିତବର୍ଷ ସେପ୍ଟେମ୍ବର ମାସରେ ହୃଦଘାତରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କର ନିଧନ ହୋଇଥିବା ବେଳେ ଏବେ ଆଉ ଜଣେ ସୁପରଷ୍ଟାର ଅଭିନେତା ସମାନ କାରଣରୁ ମୃତ୍ୟୁ ବରଣ କରିଛନ୍ତି। କନ୍ନଡ ଅଭିନେତା ତଥା ପାୱାର ଷ୍ଟାର ପୁନିଥ୍ ରାଜକୁମାରଙ୍କର ହୃଦଘାତରେ ନିଧନ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ଯୁବକମାନଙ୍କ ମଧ୍ୟରେ ହାର୍ଟ ଆଟାକ୍ ବଢ଼ୁଥିବା ମାମଲାକୁ ନେଇ ବିଶେଷଜ୍ଞମାନେ ଅନେକ କାରଣ କହିଛନ୍ତି।

Punith rajkumar

୧. ଆଜିକାଲି ଯୁବପିଢ଼ିମାନେ ଖୁବ କମ ବୟସରୁ ଧୂମ୍ରପାନ କରିବା ଆରମ୍ଭ କରୁଛନ୍ତି। ଏହାର ଅଭ୍ୟାସ କରିବା ଦ୍ୱାରା ସେମାନେ କାର୍ଡିଓଭାସ୍କୁଲର ଡିଜିଜର ଶିକାର ହେଉଛନ୍ତି। ଦିନକୁ ୧୦ ରୁ ଅଧିକ ସିଗାରେଟ ପିଉଥିବା ଯୁବକ ମାନଙ୍କ ଠାରେ ହୃଦରୋଗ ହେବାର ୫୦% ସମ୍ଭାବନା ରହିଥାଏ।

୨. ଏବେ ଯୁବପିଢ଼ି ମାନେ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅପେକ୍ଷା ଜଙ୍କ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି। ତେଲ ମସଲା ଯୁକ୍ତ ଏହି ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ଦେହରେ କ୍ୟାଲୋରୀର ମାତ୍ରା ବଢ଼ି ଯାଇଥାଏ, ଯାହାର ସିଧା ପ୍ରଭାବ ହାର୍ଟ ଉପରେ ପଡିଥାଏ।

Heart attack

୩. ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ ମଧ୍ୟରେ ଲୋକେ ନିଜ ଖାଇବା ପିଇବାର ଧ୍ୟାନ ଦେଉନାହାନ୍ତି। ଲଗାତାର ଅଧିକ ସମୟ କାମ କରିବା ଓ ଜଙ୍କ ଫୁଡ ଖାଇବାର ସିଧା ପ୍ରଭାବ ରକ୍ତବାହୀ ଉପରେ ପଡିଥାଏ, ଯାହାଦ୍ୱାରା ହାର୍ଟର ସମସ୍ୟା ଉପୁଜିଥାଏ।

୪. ଯୁବପିଢ଼ି ଏବଂ ଅଭିନେତା ମାନେ ଘଣ୍ଟା ଘଣ୍ଟା ଧରି ଜିମ୍ ରେ ବ୍ୟାୟାମ କରୁଛନ୍ତି। ଏଥିସହିତ ଭଲ ଶରୀର ଗଠନ ପାଇଁ ଷ୍ଟେରୋଇଡ଼ ନେବାକୁ ମଧ୍ୟ ପଛାଉ ନାହାଁନ୍ତି। ଏହାର ପାର୍ଶ୍ଵପ୍ରତିକ୍ରିୟା ହେତୁ ହାର୍ଟ ଆଟାକ୍ ର ସମସ୍ୟା ଉପୁଜିଥାଏ।