ପୁଣି ଦେଶରେ ବଢ଼ିଲା ଚିନ୍ତା, H3N2 ଭାଇରସକୁ ନେଇ ଭୟର ବାତାବରଣ ! ଏହି ସବୁ ନିର୍ଦେଶନାମା ଜାରି କରିଲା ନୀତି ଆୟୋଗ….

 
Swine flu

H3N2 ଭୂତାଣୁ ବିସ୍ତାର ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି।  ଏହି ସମୟରେ ସ୍ୱାଇନ୍ ଫ୍ଲୁ ମୁକାବିଲା ପାଇଁ ଏକ ଆକ୍ସନ୍ ଟାସ୍କଫୋର୍ସ ଗଠନ ପାଇଁ ନୀତି ଆୟୋଗ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଛି। ଆୟୋଗର ଏହି ବୈଠକରେ ଏହି ରୋଗର ମୁକାବିଲା କରିବା ପାଇଁ ଡାକ୍ତରଖାନାଗୁଡ଼ିକରେ ପ୍ରସ୍ତୁତି, ମାନବ ଶକ୍ତି, ଔଷଧ, ମେଡିକାଲ ଅମ୍ଳଜାନ ଏବଂ ଯନ୍ତ୍ରପାତିର ଉପଲବ୍ଧତା ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି।

Swine flu

ଏହି ଭୂତାଣୁର ମୁକାବିଲା କରିବା ପାଇଁ ସର୍ବପ୍ରଥମେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନିଆଯିବ ବୋଲି ନୀତି ଆୟୋଗର ବୈଠକରେ ଆଲୋଚନା କରାଯାଇଥିଲା। ଇନ୍‌ଫ୍ଲୁଏଞ୍ଜା ଭୂତାଣୁର ମୁକାବିଲା ପାଇଁ କରୋନା ଭଳି ନିୟମ ପାଳନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

Niti ayog

ନାକ ଏବଂ ପାଟି ଘୋଡାଇବା, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା, ଲକ୍ଷଣ ଥିବା ଲୋକଙ୍କ ସଂସ୍ପର୍ଶରେ ଆସିବା ଏବଂ ଲକ୍ଷଣ ମିଳିବା ପରେ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି ବୋଲି ଆୟୋଗ କହିଛନ୍ତି। ଇନ୍‌ଫ୍ଲୁଏଞ୍ଜା ହେତୁ ସେମାନଙ୍କୁ ନିମୋନିଆ ହୋଇପାରେ, ଯଦି ଏହି ଲକ୍ଷଣ ଦେଖାଯାଏ, ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଇଛି।

Flu

 ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଧ୍ୟ ମନିଟରିଂ ବୃଦ୍ଧି କରିବାକୁ କହିଛନ୍ତି। ସ୍ୱାଇନ୍ ଫ୍ଲୁ ଯୋଗୁଁ ଭାରତରେ ଦୁଇଟି ମୃତ୍ୟୁ ଘଟିଛି।  ଗୋଟିଏ ମୃତ୍ୟୁ କର୍ଣ୍ଣାଟକରେ ଏବଂ ଗୋଟିଏ ମୃତ୍ୟୁ ହରିୟାଣାରେ ପଞ୍ଜିକୃତ ହୋଇଛି। ଗତ କିଛି ମାସ ମଧ୍ୟରେ ୫୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବାରୁ ଏଥିନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।