ତୃତୀୟ ଲହର ନେଇ ଆସୁଛି ଡେଲଟା ପ୍ଲସ୍ ଷ୍ଟ୍ରେନ୍, ରୋଗୀଙ୍କ ଠାରେ ଦେଖା ଦେଉଛି ଏହି ୭ଟି ନୂଆ ଲକ୍ଷଣ, ଜାଣନ୍ତୁ

 
Symptoms of delta plus strain

ଭାରତରେ କରୋନା ଭୂତାଣୁର ଦ୍ଵିତୀୟ ଲହର ଶେଷ ନ ହେଉଣୁ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି। କରୋନାର ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟକୁ ନେଇ ଆଶଙ୍କା ଭିତରେ ରହିଛନ୍ତି ଲୋକେ। ବର୍ତ୍ତମାନ ସୁଦ୍ଧା ଦେଶରେ ଡେଲଟା ପ୍ଲସ୍ ଷ୍ଟ୍ରେନର ୪୦ ରୁ ଅଧିକ ମାମଲା ସମ୍ନାକୁ ଆସିସାରିଛି। 

ଦେଶରେ ବର୍ତ୍ତମାନ ସୁଦ୍ଧା ୮ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଭୂତାଣୁ ଠାବ ହୋଇସାରିଲାଣି। ଏପରିକି ଓଡିଶାରେ ମଧ୍ୟ ଜଣେ ବ୍ୟକ୍ତି ଡେଲଟା ପ୍ଲସ୍ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏପରି ପରିସ୍ଥିତିରେ ଡେଲଟା ପ୍ଲସ୍ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ କିଛି ନୂଆ ଲକ୍ଷଣ ଦେଖାଦେଉଛି ବୋଲି ଲଣ୍ଡନ ସ୍ଥିତ କିଙ୍ଗସ କଲେଜରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି। 

୧. ଡେଲଟା ପ୍ଲସ୍ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିବା ଜାଣିବାକୁ ମିଳୁଛି।

୨. ଶ୍ରବଣ ଶକ୍ତି କମିଯିବା ସହ ବାନ୍ତି ହେଉଛି ଏବଂ ଭୋକ କମିଯାଉଛି।

୩. ଶରୀର ବଥା ସହିତ ଆଣ୍ଠୁ ଗଣ୍ଠିରେ ପ୍ରବଳ ମାତ୍ରାରେ ଘୋଳା ବିନ୍ଧା ହେଉଛି।

୪. ରୋଗୀଙ୍କ ଠାରେ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ ସମସ୍ୟା ଦେଖିବାକୁ ମିଳୁଛି।

୫. ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେବା ସହ ଏହା ମନୋକ୍ଲୋନାଲ ଆଂଟିବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରିଦେଇ ପାରେ ବୋଲି ଆଶଙ୍କା କରାଯାଉଅଛି।

୬. ଏଥିସହିତ ଏହି ନୂଆ ଭ୍ୟାରିଆଣ୍ଟ ଅଳ୍ପ ମାତ୍ରାର ଭୂତାଣୁ ଦ୍ୱାରା ସଂକ୍ରମିତ କରାଉଥିବା ଜାଣିବାକୁ ମିଳିଛି। ଯାହାଫଳରେ କମ ସମୟ ମଧ୍ୟରେ ଅଧିକ ଲୋକେ ସଂକ୍ରମିତ ହେବାର ଆଶଙ୍କା ରହିଛି।