ଏଣିକି ଅବାଞ୍ଛିତ ଗର୍ଭଧାରଣରୁ ବର୍ତ୍ତିବାକୁ ବାରମ୍ବାର ବ୍ୟବହାର କରିବାକୁ ପଡ଼ିବନି ଗର୍ଭନିରୋଧକ, ସରକାର ଅଣୁଛନ୍ତି ଏହି ନୂଆ ଉପାୟ

 
Pregnant

ଆମ ସମାଜରେ ଅବାଞ୍ଛିତ ଗର୍ଭଧାରଣ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଛି। ଏଭଳି ସମସ୍ୟା ରୋକିବା ପାଇଁ ଅନେକ ପ୍ରତିରୋଧକ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ଲୋକେ ଏଥିପ୍ରତି ସତର୍କତା ଅବଲମ୍ବନ କରୁନାହାଁନ୍ତି। ତେବେ, ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବାକୁ ଯାଉଛି 'ସବ୍‌ଡ୍‌ରମାଲ୍‌ ସିଙ୍ଗଲ୍‌ ରଡ୍‌ କଣ୍ଟ୍ରାସେପ୍ଟିଭ୍‌ ଇମ୍‌ପ୍ଲାଣ୍ଟ' ପଦ୍ଧତି। ଏହି ପଦ୍ଧତି ଫଳରେ ମହିଳା ମାନେ ମାତ୍ର ଗୋଟିଏ କ୍ୟାପସୁଲ ମାଧ୍ୟମରେ ୩ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ ଠାରୁ ଦୂରେଇ ରହିପାରିବେ।

Pregnancy

ସବୁଠାରୁ ବଡ଼ କଥା ହେଉଛି ଏହି କ୍ୟାପସୁଲଟିକୁ ଖାଇବାକୁ ପଡିବନାହିଁ। ଏହା ବ୍ୟତୀତ ଏହାକୁ ମହିଳାଙ୍କ ବାହୁ ତଳେ ଚର୍ମ ଭିତରେ ରୋପଣ କରିଦିଆଯିବ। ଆଉ ଏଥିରୁ ନିର୍ଗତ ହର୍ମୋନ ମହିଳାଙ୍କ ଅବାଞ୍ଛିତ ଗର୍ଭଧାରଣକୁ ରୋକିବ। ଆସନ୍ତା ଜୁଲାଇ କିମ୍ବା ଅଗଷ୍ଟ ମାସରେ ହିଁ ଏହାର ଏକ ପାଇଲଟ୍ ପ୍ରୋଗ୍ରାମ୍ ଆରମ୍ଭ କରାଯିବ। ୟୁଏନ୍‌ପିଏଫ୍‌ ଏହି କ୍ୟାପସୁଲ୍ ଯୋଗାଇ ଦେବ ଏବଂ ପ୍ରଥମେ ୧୦ ହଜ଼ାର ମହିଳାଙ୍କ ଉପରେ ଏହାର ପରୀକ୍ଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

Implant

ସବ୍‌ଡ୍‌ରମାଲ୍‌ ସିଙ୍ଗଲ୍‌ ରଡ୍‌ କଣ୍ଟ୍ରାସେପ୍ଟିଭ୍‌ ଇମ୍‌ପ୍ଲାଣ୍ଟ ପଦ୍ଧତିରେ ମହିଳାଙ୍କ କହୁଣୀ ଉପରକୁ ବାହୁର ତଳ ପଟକୁ ଚର୍ମ ତଳେ ୨ ମିଲିମିଟର ଆକାରର ଏକ ସୂକ୍ଷ୍ମ କ୍ୟାପସୁଲ ରୋପଣ(ଇମପ୍ଲାଣ୍ଟ) କରାଯିବ। ଏହି କ୍ୟାପସୁଲ ଦ୍ୱାରା ନିର୍ଗତ ଏକ ପ୍ରକାର ହରମୋନ୍ ମହିଳାଙ୍କ ଶରୀରରେ ଡିମ୍ବାଣୁ ବାହାରିବା ପ୍ରକ୍ରିୟାକୁ ରୋକିବ। ଏହା ୩ ବର୍ଷ ପର୍ଯ୍ୟନ୍ତ କାମ କରିବ। ସବୁଠାରୁ ବଡ଼ କଥା ହେଉଛି ମହିଳା ଜଣକ ଚାହିଁଲେ ଯେଉଁ ସମୟରେ ମଧ୍ୟ ଏହି କ୍ୟାପସୁଲକୁ ଶରୀର ମଧ୍ୟରୁ ବାହାର କରିପାରିବେ।