ବଡ଼ ସଫଳତା: ଆସୁଛି ନୂଆ କୋଭିଡ଼ ଭ୍ୟାକ୍ସିନ୍, କରୋନା ର ସବୁ ଭ୍ୟାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ ହେବ, ଜାଣନ୍ତୁ କେମିତି 

 
ବଡ଼ ସଫଳତା: ଆସୁଛି ନୂଆ କୋଭିଡ଼ ଭ୍ୟାକ୍ସିନ୍, କରୋନା ର ସବୁ ଭ୍ୟାରିଆଣ୍ଟ ବିପକ୍ଷରେ ପ୍ରଭାବଶାଳୀ ହେବ, ଜାଣନ୍ତୁ କେମିତି

କରୋନାଭାଇରସ୍ ବର୍ତ୍ତମାନ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବ୍ରଲେ ଏହାର ମୁକାବିଲା ପାଇଁ କରୋନା ଭ୍ୟାକ୍ସିନ୍ କୁ ଏକ ବଡ ଅସ୍ତ୍ର ଭାବରେ ବିବେଚନା କରାଯାଉଛି, କିନ୍ତୁ ଯେଉଁଭଳି ଭାବରେ କରୋନା ଭୂତାଣୁ ନିଜର ରୂପ ପରିବର୍ତ୍ତନ କରୁଛି ତାହା ବୈଜ୍ଞାନିକମାନଙ୍କ ପାଇଁ ଅନେକ ଅସୁବିଧା ସୃଷ୍ଟି କରୁଛି। ସମ୍ଭବତଃ ବର୍ତ୍ତମାନର ଟୀକା କରୋନା ଭୂତାଣୁର ନୂତନ ସଂସ୍କରଣ ବିରୁଦ୍ଧରେ ପ୍ରଭାବଶାଳୀ ହୋଇନପାରେ ବୋଲି  ଆଶଙ୍କା କରାଯାଉଛି।

ଏପରି ସମୟରେ, ଏକ ଏଭଳି ଟୀକା ପ୍ରସ୍ତୁତ କରାଯାଉଛି ଯାହା ଏହି ଭୂତାଣୁର ସମସ୍ତ ପ୍ରକାର ଷ୍ଟ୍ରେନ ବିରୁଦ୍ଧରେ ପ୍ରଭାବଶାଳୀ ହୋଇପାରିବ। ଏହି ନୂତନ କୋଭିଡ୍-୧୯ ଟିକାକୁ ମାଙ୍କଡ ଏବଂ ମୂଷା ଉପରେ ବ୍ୟବହୃତ କରାଯାଇ ସାରିଛି। ଏହି ପରୀକ୍ଷଣ ରେ ଟୀକାଟି ବ୍ରିଟେନ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କରୋନା ଭୂତାଣୁ ଉପରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି।

ତେବେ ଭବିଷ୍ୟତରେ ଏହି କରୋନା ଟିକା ସମସ୍ତ ପ୍ରକାର ସଂକ୍ରମଣ ବିରୁଦ୍ଧରେ କାର୍ଯ୍ୟ କରିବ ବୋଲି ଦାବି କରାଯାଉଛି।  ଆମେରିକାର "ଡ୍ୟୁକ୍ ୟୁନିଭରସିଟି ହ୍ୟୁମାନ୍ ଭ୍ୟାକ୍ସିନ୍ ଇନଷ୍ଟିଚ୍ୟୁଟ" ଦ୍ୱାରା ବିକଶିତ କରାଯାଉଥିବା ଏହି ଟୀକା SARS-COV 2 କରୋନା ଭୂତାଣୁ ସହ ବିଭିନ୍ନ ଦେଶରେ ଦେଖା ଯାଉଥିବା ଅଲଗା ଅଲଗା କରୋନା ଭ୍ୟାରିଆଣ୍ଟ ଉପରେ ପ୍ରଭାବଶାଳୀ ହୋଇପାରିବ ବୋଲି ସେଠାକାର ବୈଜ୍ଞାନିକମାନେ ଦାବି କରିଛନ୍ତି।