ନିଜର ଯୌନ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ଔଷଧ ଉତ୍ତେଜନା ବଢ଼ିବା ସହ ଘଣ୍ଟା ଘଣ୍ଟା ଧରି କରିପାରିବେ ସମ୍ଭୋଗ

 
ନିଜର ଯୌନ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ଔଷଧ ଉତ୍ତେଜନା ବଢ଼ିବା ସହ ଘଣ୍ଟା ଘଣ୍ଟା ଧରି କରିପାରିବେ ସମ୍ଭୋଗ

ନିଜର ଉତ୍ତେଜନା ଏବଂ ସେକ୍ସ କରିବା ସମୟ ବଢାଇବା ପାଇଁ କେଉଁ ଔଷଧ ବ୍ୟବହାର କରିବି? ଏହା ବର୍ତ୍ତମାନ ପ୍ରାୟତଃ ପୁରୁଷ ମାନଙ୍କର ଏକ ସାଧାରଣ ପ୍ରଶ୍ନ ଅଟେ।

ତେବେ ହଁ ଏଭଳି କିଛି ଔଷଧ ମଧ୍ୟ ଅଛି ଯାହାକୁ ନିଜର ଯୌନ ଶକ୍ତି ବଢାଇବା ପାଇଁ ବ୍ୟବହାର କରାଯାଇ ଥାଏ। ତେବେ ଏହି ଔଷଧ ଗୁଡିକ ଟ୍ୟାବ୍ଲେଟ, ଫିଲ୍ମ ଏବଂ ସ୍ପ୍ରେ ପରି ଅଲଗା ଅଲଗା ଉପାୟରେ ମିଳିଥାଏ। ତେବେ ଟାବଲେଟ୍ ଏବଂ ଫିଲ୍ମ ଷ୍ଟ୍ରିପ୍ ବିକଳ୍ପଗୁଡ଼ିକ ସିଲଡେନାଫିଲ୍ ଏବଂ ଟଡାଲାଫିଲ୍ ଭାବରେ ଉପଲବ୍ଧ ଥିବାବେଳେ ଭର୍ଡେନାଫିଲ୍ କେବଳ ଟ୍ୟାବଲେଟ୍ ଫର୍ମରେ ଉପଲବ୍ଧ ହୋଇଥାଏ।

ଯଦି ଆପଣ ସିଲଡେନାଫିଲ୍ ଏବଂ ଟଡାଲାଫିଲ୍ ଟାବଲେଟ୍ ବ୍ୟବହାର କରୁଛନ୍ତି, ତେବେ ଏହାକୁ ସହବାସ ର ୧ ଘଣ୍ଟା ପୂର୍ବରୁ ଖାଇବା ଉଚିତ। ତେବେ ଯଦି ଆପଣ ଫିଲ୍ମ ଷ୍ଟ୍ରିପ ବ୍ୟବହାର କରୁଛନ୍ତି ତେବେ ଏହାକୁ ସହବାସର ୧୦ ରୁ ୧୫ ମିନିଟ୍ ପୂର୍ବରୁ ଜିଭ ଉପରେ ରଖନ୍ତୁ, ଜିଭରେ ରଖିବା ମାତ୍ରେ ଏହା ମିଳେଇ ଯାଇଥାଏ।

କେବଳ ଏତିକି ନୁହେଁ, ଏହାର ପ୍ରଭାବ ମାତ୍ର ୧୫ ମିନିଟ ଭିତରେ ହିଁ ଆରମ୍ଭ ହୋଇଯାଇଥାଏ। ସେହିପରି  ସିଲଡେନାଫିଲ୍ ଟାବଲେଟ୍ ର ପ୍ରଭାବ ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ସେହିପରି ତାଡାଲଫିଲ୍ ଟାବଲେଟ୍ ଏବଂ ଏହାର ଫିଲ୍ମ ର ପ୍ରଭାବ ପ୍ରାୟ ୧୮ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ।

ସେହିପରି ଭର୍ଡେନାଫିଲ୍ ଔଷଧ କଥା ଦେଖିବା ତ, ଏହାକୁ ସହବାସ ର ୧ ଘଣ୍ଟା ପୂର୍ବରୁ ନିଆଯାଏ ଏବଂ ଏହାର ପ୍ରଭାବ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ। ତେବେ ଏହାର ପ୍ରଭାବ ସିଲଡେନାଫିଲ ଏବଂ ତାଡାଲଫିଲ ଅପେକ୍ଷା ଭଲ ବୋଲି ବିବେଚନା କରାଯାଇଥାଏ।

ସେହିପରି ଫିଲ୍ମ ଗୁଡିକ ମିଳେଇଯାଇ ସିଧା ଦେହର ରକ୍ତରେ ମିଶି ଯାଉଥିବାରୁ ଏହାର ବହୁତ କମ ପ୍ରତିକ୍ରିୟା ରହିଥାଏ। ତେବେ ଶୀଘ୍ର ପତନ ପରି ସମସ୍ୟା ଦେଖା ଯାଉଥିବା ଲୋକମାନେ ସ୍ପ୍ରେ ବ୍ୟବହାର କରିଲେ ଲାଭପ୍ରଦ ହୋଇଥାଏ। ତେବେ କୌଣସି ବି ଔଷଧ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ।