ବୈଜ୍ଞାନିକଙ୍କ ରିସର୍ଚ୍ଚ: ପ୍ରେମ ସାଜୁଛି ଔଷଧ! ଅନ୍ୟକୁ ଦିଲ୍ ଦେଲେ ହାର୍ଟ-ଆଟାକ୍, ହାଇ ବ୍ଲଡ଼ପ୍ରେସର୍ ଆଶଙ୍କା କମ୍, ଜାଣନ୍ତୁ ପୂରା ଖବର

 
Love

ଆଜିକାଲି ମଣିଷ ଏକ ବ୍ୟସ୍ତବହୁଳ ଜୀବନଶୈଳୀ ଅପଣାଇ ନେଇଛି। ସାଧାରଣତଃ ଅଫିସ୍ ହେଉ ଅଥବା ବିଜନେସ୍ କାମରେ ବ୍ୟସ୍ତ ରହୁଥିବା ଲୋକେ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ପାରୁନାହାଁନ୍ତି। ଏପରି ବ୍ୟସ୍ତବହୁଳ ଏବଂ ପରିବର୍ତ୍ତିତ ଲାଇଫ୍-ଷ୍ଟାଇଲ୍ ହେତୁ ମଣିଷକୁ ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡୁଛି। ଯେଉଁଥିପାଇଁ ହାର୍ଟଆଟାକ୍ ଓ ହାଇ ବ୍ଲଡ୍-ପ୍ରେସର୍ ଭଳି ସମସ୍ୟା ସୃଷ୍ଟି ହେଉଛି।

Love

ତେବେ, ପ୍ରେମ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଏଭଳି ସମସ୍ୟା କମ୍ ଦେଖା ଦେଉଥିବା ଏକ ସର୍ଭେ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୟୁନିଭରସିଟି ଅଫ୍ କୋଲୋରାଡୋର ବୈଜ୍ଞାନିକ ଡା. କ୍ୟାଟରିନା ଲୀମ୍ବା ଏପରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ତାଙ୍କ କହିବା ଅନୁଯାଇ ରିଲେସନସିପ୍ ଷ୍ଟାଟସ୍ ମଣିଷର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

Blockage

ଡା. ଲୀମ୍ବା ୬୮୦୦ ଲୋକଙ୍କୁ ନେଇ ଏହି ରିସର୍ଚ୍ଚ କରିଥିଲେ। ଯାହାର ରିପୋର୍ଟ ଅନୁଯାଇ ବିବାହିତ ପୁରୁଷମାନଙ୍କ ଠାରୁ ଅଭିବାହିତଙ୍କ ଠାରେ ହାର୍ଟ ଆଟାକ୍ ଓ ବ୍ଲଡ୍-ପ୍ରେସର୍ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥିଲା। ତେବେ, ଏହା ପୁରୁଷମାନଙ୍କ ପାଇଁ ଅଧିକ ଫାଇଦା ରହିଥିବା ସାବ୍ୟସ୍ତ ହୋଇଛି। ରିଲେସନ୍ସିପ୍ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉନଥିବା ଜଣାପଡିଛି।