ଏସିରୁ ବାହାରି ସିଧା ସୂର୍ଯ୍ୟ କିରଣକୁ ଯିବା ହୋଇପାରେ ଭୟଙ୍କର, ଶରୀର ଉପରେ ପଡିଥାଏ ଏହିସବୁ ବଡ଼ କ୍ଷତି
ବଢୁଛି ଗ୍ରୀଷ୍ମ ପ୍ରବାହ । ଏହା ସହ ବଢ଼ୁଛି ଏସିର ବ୍ୟବହାର । ଘରେ , ଅଫିସରେ , କାର ଭିତରେ ସବୁ ସ୍ଥାନରେ ଏବେ ଏସି । ହେଲେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଏକ ଗୁରୁତ୍ବପୂର୍ଣ୍ଣ କଥା ଯାହା ଆପଣ ଜାଣିବା ନିହାତି ଆବଶ୍ୟକ ଅଟେ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଆପଣ ଏସିରୁ ବାହାରି ହୁଏ ତ କେବେ ନା କେବେ ଖରାର ସାମ୍ନା କରିଥିବେ । ଆପଣଙ୍କୁ ଆପଣଙ୍କ ଦେହ ହାତ ଜଳିଗଲା ପରି ଲାଗିଥିବ ନିଶ୍ଚିତ । କଣ ଆପଣ ଜାଣିଛନ୍ତି କି ଏହା ଦ୍ବାରା ଆପଣଙ୍କ ଶରୀରରେ କିପରି ଖରାପ ପ୍ରଭାବ ପଡିଥାଏ ?
ଆଜ୍ଞା ହଁ, ଆମେ ଯେତେବେଳେ ଏସିରୁ ବାହାରି ଖରାକୁ ଯାଇଥାଏ ଏହା ଆମ ଶରୀର ଉପରେ ନକାରାତ୍ମକ ପ୍ରଭାବ ପାକାଇଥାଏ । ଯେପରିକି,
* ଚର୍ମ :
ଏହା ଚର୍ମ ଉପରେ ଏକ ନକାରାତ୍ମକ ପ୍ରଭାବ ପାକାଇଥାଏ । ଏହା ଚର୍ମକୁ ଶୁଖିଲା କରିଦିଏ ।
* ରକ୍ତବିନ୍ଦୁ ଏବଂ ମାଇଗ୍ରେନ :
ତାପମାତ୍ରାରେ ହଠାତ ପରିବର୍ତ୍ତନ ସ୍ନାୟୁ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।
* ଶ୍ୱାସକ୍ରିୟାରେ ସମସ୍ୟା :
ହଠାତ ତାପମାତ୍ରାରେ ପରିବର୍ତ୍ତନ ଶ୍ଵାସ , କାଶ ଏବଂ ଶ୍ୱାସ ଯୁକ୍ତ ସମସ୍ୟା ସୃଷ୍ଟି କରିପାରେ ।
* ମସ୍ତିଷ୍କ ସମସ୍ୟା :
ହଠାତ ମୁଣ୍ଡ ବୁଲାଇବା , ବାନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ ।