ଜାଣନ୍ତୁ କିଡନୀ ଖରାପ ହେବାର ଲକ୍ଷଣ ଏବଂ କିପରି କିଡନୀକୁ ସୁସ୍ଥ ରଖିବେ

 
Water

ଦିନକୁ ଅତ୍ୟଧିକ ପାଣି ପିଉଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ଏହା ଆପଣଙ୍କ କିଡନୀ ଉପରେ ପକାଇପାରେ ଖରାପ ପ୍ରଭାବ । ଆଜ୍ଞା ହଁ । ଡାକ୍ତରଙ୍କ କହିବା ଅନୁଯାୟୀ ଦିନକୁ ଆମକୁ ମାତ୍ର ୮ ରୁ ୧୦ ଗ୍ଲାସ୍ ପାଣି ପିଇବାର ଅଛି , ଯଦି ଆମେ ଏହା ଠାରୁ ଅଧିକ ପାଣି ପିଉଛେ ତେବେ ଏହାର କୁ ପ୍ରଭାବ ସିଧା ଆମ କିଡନୀ ଉପରେ ପଡ଼ିଥାଏ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ଜାଣନ୍ତୁ କିଡନୀ ଖରାପ ହେବାର ଲକ୍ଷଣ .......

ଡାକ୍ତରଙ୍କ କହିବା ଅନୁଯାୟୀ, କିଡନୀ ଖରାପ ହେବାର କୌଣସି ନିର୍ଦ୍ଧିଷ୍ଟ ବୟସ ନ ଥାଏ । ପୂର୍ବରୁ ସାଧାରଣତଃ ୧୫ ରୁ ୪୫ ବର୍ଷର ପିଲାଙ୍କ ଠାରେ କିଡନୀ ନଷ୍ଟ ହେବାର ଲକ୍ଷଣ ଦେଖା ଦେଉଥିବା ବେଳେ ବର୍ତ୍ତମାନ ୩ ରୁ ୫ ବର୍ଷ ବୟସର ପିଲା ମାନଙ୍କ ଠାରେ ବି କିଡନୀ ଖରାପ ହେବାର ଲକ୍ଷଣ ଦେଖା ଦେଉଛି ।

Ay

ତେବେ କିଡନୀ ଖରାପ ହେବାର ପ୍ରଥମ ଷ୍ଟେଜରେ ଆପଣଙ୍କୁ ଦୁର୍ବଳ ଲାଗିବା ସହିତ ଆପଣଙ୍କ ମୁହଁ ଏବଂ ଦେହ ଫୁଲିପାରେ । ବେଳେ ବେଳେ ଭୋକ ମଧ୍ୟ ହୋଇ ନଥାଏ । କୌଣସି କାମ କରିବାକୁ ମନ ହୁଏ ନାହିଁ । ଏବଂ ଅଳ୍ପ ସମୟ ପାଇଁ କାମ କରିଦେଲେ ସାଧାରଣତଃ ହାଲିଆ ଲାଗିଥାଏ ।

ଡାକ୍ତରଙ୍କ କହିବା ଅନୁଯାୟୀ , ସାଧାରଣତଃ ମଧୁମେହ , ରକ୍ତ ଚାପ ଏବଂ ମେଦ ବହୁଳତା ଥିବା ଲୋକଙ୍କ ପାଖରେ କିଡନୀ ଖରାପ ହେବାର ଅଧିକ ସମ୍ଭାବନା ରହିଛି । କିଡନୀ ଖରାପ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଦେଖା ଦେଇଛି କି କିଡନୀ ଖରାପରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ମୋଟ ୬୦ ପ୍ରତିଶତ ଲୋକ ମଧୁମେହ , ରକ୍ତଚାପ କିମ୍ବା ମେଦ ବହୁଳତା ର ଶିକାର ହୋଇଛନ୍ତି । 

ତେବେ ଜାଣନ୍ତୁ କିପରି କିଡନୀକୁ ସୁସ୍ଥ ରଖିବେ....

ପ୍ରଥମତଃ ଆବଶ୍ୟକତା ଠାରୁ ଅଧିକ ପାଣି ନ ପିଇବା । ଦ୍ବିତୀୟତଃ ପ୍ରତିଦିନ ଫାଷ୍ଟଫୁଡ୍ ନ ଖାଇବା । ଏବଂ ସୁସମ ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା କିଡନୀ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନଥାଏ । ତେଣୁ ଯେତେ ଦୂର ସମ୍ଭବ ଆପଣ ବାହାରେ ମିଳୁଥିବା ଖାଦ୍ୟ ଠାରୁ ଦୂରେଇ ରହିବେ ତାହା ଆପଣଙ୍କ ଶରୀର ପାଇଁ ବା କିଡନୀ ପାଇଁ ଅତ୍ୟନ୍ତ ଭଲ ।