ଡାଇବେଟିସ ରୋଗୀଙ୍କୁ ବ୍ଲଡ଼ କ୍ୟାନସର ହେବାର ସମ୍ଭାବନା ଅଧିକ, ଡାଇବେଟିସ ସାଜିପାରେ ବଡ଼ କାରଣ, ଜାଣନ୍ତୁ ପୁରା ଖବର

 
Diabetic

ବର୍ତ୍ତମାନର ସମୟରେ କର୍କଟ ରୋଗ ଏକ  ମହାମାରୀ ପରି ବ୍ୟାପି ଚାଲିଛି। ପୁର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ବର୍ତ୍ତମାନ ଏହି ରୋଗର ପ୍ରଭାବ ବଢିବା ସହିତ ଅଧିକରୁ ଅଧିକ ହସ୍ପିଟାଲ ମଧ୍ୟ ନିର୍ମାଣ କରା ଯାଉଛି। କର୍କଟ ବିଭିନ୍ନ ପ୍ରକାରର ହୋଇ ପାରେ ଯେପରିକି ସ୍ତନ କର୍କଟ, ଫୁସଫୁସ କର୍କଟ, ମସ୍ତିଷ୍କ କର୍କଟ।

ଗ୍ଭ

ହେଲେ ଏଥି ମଧ୍ୟରେ ବର୍ତ୍ତମାନ ରକ୍ତ କର୍କଟ ଏକ ନୂଆ ସମସ୍ୟା ରୂପେ ଦେଖା ଦେଇଛି। ଏକ ବିଶେଷ ଅନୁଧ୍ୟାନ ରୁ ଜଣା ଯାଇଛି ଯେ ଡାଇବେଟିସ ଗ୍ରସ୍ତ ଲୋକ ମାନଙ୍କୁ ରକ୍ତ କର୍କଟ ହେବାର ସମ୍ଭାବନା ରହିଥାଏ। ନିକଟରେ ଭାରତୀୟ - ଆମେରିକୀୟ ବୈଜ୍ଞାନିକ ମାନେ ଏ ନେଇ ଏକ ମିଳିତ ଅନୁସନ୍ଧାନ କରିଛନ୍ତି। ଯେଉଁଥିରୁ ସେମାନେ ମାଏଲୋମା ରକ୍ତ କୋଷିକାକୁ ନେଇ ପରୀକ୍ଷା କରିଛନ୍ତି।

ପରୀକ୍ଷାରୁ ଜଣା ପଡିଛି ଯେ ଅତ୍ୟଧିକ ମାଏଲୋମା ରକ୍ତ କୋଷିକା ଥିବା ବ୍ୟକ୍ତିଙ୍କ ପାଖରେ ବ୍ଲଡ କ୍ୟାନ୍ସର ହେବାର ସମ୍ଭାବନା ଡାଇବେଟିସ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଅଧିକ ରହିଛି। ଏବଂ ଏହାର ପରିମାଣ ଗୋରା ଲୋକଙ୍କ ତୁଳନାରେ କଳା ରଙ୍ଗର ଲୋକ ମାନଙ୍କ ଠାରେ ଅଧିକ ଦେଖା ଦେଇଥାଏ।

Diabetic

ନିକଟରେ ଏକ ହେଲ୍ଥ ଆଣ୍ଡ ରିସର୍ଚ୍ଚ ମାଗାଜିନ୍ ରେ ପ୍ରକାଶ କରା ଯାଇଥିଲା ଯେ ରକ୍ତ କର୍କଟ ଏକ ମନ୍ଥର ପ୍ରକ୍ରିୟା। ଯାହା ଏକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଦେଇ ଗରି କରିଥାଏ। ମାନସିକ ଚାପ ଏବଂ ଖାଦ୍ୟ ପେୟରେ ମଧ୍ୟ ଏହାର ଅନେକ ପ୍ରଭାବ ରହିଛି।