ପୁରୁଷ ଏବଂ ମହିଳାଙ୍କ ରକ୍ତରେ ହେମୋଗ୍ଲୋବିନ୍ କେତେ ରହିବା ଉଚିତ୍? ଜାଣି ରଖନ୍ତୁ ଦରକାରରେ ଆସିବ

 
Hemoglobin

ରକ୍ତ ହେଉଛି  ଜୀବନର ମୁଖ୍ୟ ଆଧାର । ରକ୍ତ ଶରୀରର ପ୍ରତ୍ୟେକ ସ୍ଥାନରେ ପହଞ୍ଚିବା ଆବଶ୍ୟକ । ମାନବ ଜୀବନର ସୁରକ୍ଷା ପାଇଁ ଏହା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରକ୍ତ ହେଉଛି ସମଗ୍ର ଶରୀରର ପରିବହନ ବ୍ୟବସ୍ଥା । ପୁଷ୍ଟିକର ଖାଦ୍ୟ, ହରମୋନ୍, ଗ୍ୟାସ୍ ଇତ୍ୟାଦି ରକ୍ତ ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଂଶରେ ପହଞ୍ଚିଥାଏ ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିଥାଏ । ରକ୍ତ ଶରୀରରେ pH ଏବଂ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଶରୀର ଭିତରେ ତାପମାତ୍ରାକୁ ସର୍ବଦା ସ୍ଥିର ରଖେ ।

fgh

ରକ୍ତ ଚାରୋଟି ଜିନିଷରେ ତିଆରି ହୋଇଛି । ରକ୍ତ ପ୍ଲାଜମା, ପ୍ଲାଲେଟ୍, ଶ୍ୱେତ ରକ୍ତ କଣିକା (WBC) ଏବଂ ଲୋହିତ ରକ୍ତ କଣିକା କିମ୍ବା ଲାଲ ରକ୍ତ କଣିକା (RBC) । ସୂଚନାମୁତାବକ ବୟସ୍କ ବ୍ୟକ୍ତିଙ୍କ ଶରୀରରେ 4 ରୁ 5 ଲିଟର ରକ୍ତ ରହିବା ଉଚିତ୍ ।

ରକ୍ତରେ RBCର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି । ହେମୋଗ୍ଲୋବିନ୍ କେବଳ ଲାଲ ରକ୍ତ କଣିକାରେ ମିଳିଥାଏ ଯେଉଁଥିରେ ଆଇରନ୍ ଥାଏ । ଏହା ଅମ୍ଳଜାନକୁ ଧରି ଶରୀରର ପ୍ରତ୍ୟେକ ଅଙ୍ଗକୁ ପରିବହନ କରିଥାଏ । ସେଥିପାଇଁ RBCର ଏତେ ଗୁରୁତ୍ୱ ରହିଛି । ଏହା ମଧ୍ୟ ବୁଝି ହେବ ଯେ ଯଦି ରକ୍ତରେ RBCର ଅଭାବ ଥାଏ, ତେବେ ଶରୀରରେ  ଅମ୍ଳଜାନ ପହଞ୍ଚିବାରେ ଅସୁବିଧା ହେବ ଏବଂ ଅମ୍ଳଜାନ ବିନା ଜୀବନ ଅସମ୍ଭବ ।

hjgjkyh

ଗୋଟିଏ RBCର ବୟସ ହେଉଛି 120 ଦିନ ଏବଂ ଏହି ଦିନରେ ଏହାର ବହୁତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି । ଏହା ଫୁସଫୁସରୁ ଅମ୍ଳଜାନକୁ ଧରି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରଖେ, ଯେଉଁଠାରୁ ଏହା ହୃଦୟରେ ଶୁଦ୍ଧ ହୋଇ ଶରୀରର ପ୍ରତ୍ୟେକ ଅଙ୍ଗକୁ ପଠାଇଥାଏ ।

ଏହାର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଯେତେବେଳେ ଶରୀରର କୋଷଗୁଡ଼ିକ ଅମ୍ଳଜାନ ବ୍ୟବହାର କରି ଅଙ୍ଗାରକାମ୍ଳ ତିଆରି କରନ୍ତି, ଏହା ପେରିଫେରାଲ୍ ଟିସୁରେ ଗଚ୍ଛିତ ହୁଏ । ଏଠାରୁ RBC ଫୁସଫୁସକୁ କାର୍ବନ ଡାଇଅକ୍ସାଇଡ୍ ନେଇଥାଏ, ଯାହା ପରେ ଏହା ଶରୀରରୁ ବାହାରିଥାଏ । ଶରୀରରେ pH ସନ୍ତୁଳନ କରିବାରେ RBC ସହଯୋଗ କରିଥାଏ ।