ଚିକିତ୍ସା ବିଜ୍ଞାନର ନୂଆ ସଫଳତା: ଏବେ ୭ ମିନିଟରେ ସୁସ୍ଥ ହେବେ କ୍ୟାନସର ରୋଗୀ, ଆସିଲା ଇଞ୍ଜେକସନ, ଜାଣନ୍ତୁ ପୁରା ଖବର

 
Cancer treatment

ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ଏକ ମାରାତ୍ମକ ରୋଗ ଅଟେ। ଯେଉଁଥିରେ ବଞ୍ଚିବାର ସମ୍ଭାବନା ଖୁବ୍ କମ ଥାଏ। ଏପଟେ କ୍ୟାନ୍ସରର ଚିକିତ୍ସା ମଧ୍ୟ ସମୟ ସାପକ୍ଷ ଓ ଅର୍ଥ ବହୁଳ। ଦେଶରେ ଅନେକ ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି। ଏବେ ମଧ୍ୟ କ୍ୟାନ୍ସର ରୋଗରୁ ଆରୋଗ୍ୟ ହେବା ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ଉପଲବ୍ଧ ନାହିଁ। ଯେଉଁଥି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଜାରି ରଖିଛନ୍ତି ନିଜ ଗବେଷଣା।

Injection

କ୍ୟାନ୍ସର ରୋଗର ସହଜ ଓ ସୁବିଧା ଚିକିତ୍ସା ପାଇଁ ଇଂଲଣ୍ଡର ନ୍ୟାସନାଲ ହେଲଥ ସର୍ଭିସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକ ବିଶେଷ ଇଞ୍ଜେକ୍ସନ।ଏହି ଇଞ୍ଜେକ୍ସନ କ୍ୟାନ୍ସର୍ ରୋଗୀମାନଙ୍କୁ ମାତ୍ର ସାତ ମିନିଟରେ ଦିଆ ଯାଇ ପାରିବ। ଯାହା ଦ୍ୱାରା କ୍ୟାନ୍ସର ଚିକିତ୍ସା ର ଅବଧି କମିବ। ପୁର୍ବରୁ କ୍ୟାନ୍ସର ରୋଗୀ ମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରି ଇଞ୍ଜେକ୍ସନ ଦେବା ପାଇଁ ପାଖାପାଖି ଘଣ୍ଟାଏ ସମୟ ଲାଗୁଥିଲା। ମାତ୍ର ଏହି ଇଞ୍ଜେକ୍ସନ ହେତୁ ସମୟ ଅବଧିରୁ ପ୍ରାୟ ତିନି ଚତୁର୍ଥାଂଶ କମିଯିବ।

 

Fg

ଏହି ଇଞ୍ଜେକ୍ସନ ର ଆଉ ଏକ ସଫଳତା ମଧ୍ୟ ରହିଛି।ଏହି ଇଞ୍ଜେକ୍ସନ କୁ ଚର୍ମ ତଳେ ଦିଆଜିବ। ମାତ୍ର ଆଗରୁ ବ୍ୟବହୃତ ହେଉଥିବା ଇଞ୍ଜେକ୍ସନ ଗୁଡ଼ିକ କ୍ୟାନ୍ସର ରୋଗୀଙ୍କ ଭେନରେ ଦିଆ ଯାଉଥିଲା । ଯାହା ଫଳରେ ଅନେକ ସମସ୍ୟା ଉପୁଜୁଥିଲା।ଏହି ନୂତନ ଇଞ୍ଜେକସନ ଟି ଫୁସଫୁସ, ସ୍ତନ, ଯକୃତ କ୍ୟାନ୍ସର ପାଇଁ ମଧ୍ୟ ବ୍ୟବହୃତ ହେବ ବୋଲି ସୁଚନା ମିଳିଛି।

ଏହି ଇଞ୍ଜେକ୍ସନ ଟି ମେଡ଼ିକାଲ ଆଣ୍ଡ ହେଲଥ କେୟାର ପ୍ରଡକ୍ସନ ରେଗୁଲାରିଟି ଏଜେନ୍ସି ତରଫରୁ ଅନୁମୋଦନ ପାଇବା ପରେ ନ୍ୟାସନାଲ ହେଲଥ ସର୍ଭିସ୍ ତରଫରୁ ଜାରି କରା ଯାଇଛି। ଆଶା କରାଯାଉଛି ଏହା ଅଧିକ ଫଳପ୍ରଦ ଓ ସମୟ ସାପକ୍ଷ ରହିବ।