ମହିଳାମାନେ ରୁହନ୍ତୁ ସାବଧାନ! ରାତିରେ ଇନର ପିନ୍ଧି ଶୋଇବା ଦ୍ୱାରା ଶରୀରରେ ଦେଖା ଦିଏ ଏହି ସବୁ ସମସ୍ୟା…

 
Mahila

ରାତିରେ ଅନ୍ତଃବସ୍ତ୍ର ପିନ୍ଧିକରି ଶୋଇବା ଉଚିତ କି ନାହିଁ ତାହାକୁ ନେଇ ବିଭିନ୍ନ ମହିଳାଙ୍କର ଭିନ୍ନ ଭିନ୍ନ ମତ ରହିଥାଏ। କିଛି ମହିଳା ରାତିରେ ବ୍ରା ପିନ୍ଧି ଶୋଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ରାତିରେ ଅନ୍ତଃବସ୍ତ୍ର ପିନ୍ଧିଲେ ବ୍ରେଷ୍ଟର ସାଇଜ୍ ଖରାପ ହୋଇଯିବ ବୋଲି ଭାବିଥାନ୍ତି। ଏହାକୁ ନେଇ ଅନେକ ଦ୍ଵନ୍ଦ ସୃଷ୍ଟି ହେଉଥିବା ବେଳେ ଏପରି କିଛି ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ:-

୧. ଏକ୍ସପେର୍ଟ ମାନଙ୍କ ମତରେ ରାତିରେ ଟାଇଟ ବ୍ରା ପିନ୍ଧିକରି ଶୋଇବା ଦ୍ୱାରା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। 

୨. ଏପରିକି ରାତିରେ ଟାଇଟ ବ୍ରା ପିନ୍ଧିକରି ଶୋଇବା ଦ୍ୱାରା ବ୍ରେଷ୍ଟ କ୍ୟାନସର ହେବାର ଆଶଙ୍କା ବଢ଼ି ଯାଇଥାଏ।

୩. ସାଧାରଣତଃ ବ୍ରା ପିନ୍ଧିକରି ଶୋଇଲେ ଛାତି ଓ ଛାତି ତଳେ ଝାଳ ଜମା ହୋଇ ରହିଥାଏ। ଫଳରେ ସେଠାରେ ଫଙ୍ଗାଲ୍ ଇଂଫକ୍ସନ୍ ହେବାରେ ଯଥେଷ୍ଟ ସମ୍ଭାବନା ରହିଥାଏ।

୪. ରାତିରେ ଟାଇଟ ବ୍ରା ପିନ୍ଧି ଶୋଇଲେ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇଥାଏ ଫଳରେ ରକ୍ତ ଜମାଟ ବାନ୍ଧିବା ପରି ସମସ୍ୟା ଦେଖା ଯାଇଥାଏ।

୫. ଏପରି ଅଭ୍ୟାସ ବାରମ୍ବାର ହେବା ଦ୍ୱାରା ଏହା ବ୍ରେଷ୍ଟ ଟିସୁ ଏବଂ ଆମ୍ଭର ନର୍ଭସ୍ ସିଷ୍ଟମ ଉପରେ କୁପ୍ରଭାବ ପକାଇଥାଏ। ତେଣୁ ବିଶେଷଜ୍ଞଙ୍କ ମତରେ ରାତିରେ ଢିଲା କିମ୍ଭା ବିନା ବ୍ରାରେ ଶୋଇବା ଉଚିତ ଅଟେ।