ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭବତୀ ମହିଳା ନିଶ୍ଚିତ କରନ୍ତୁ ଏହି ଜରୁରୀ କାମ, ସହଜରେ କରିବେ ପ୍ରସବ
ସାଧାରଣତଃ ଗର୍ଭାବସ୍ଥା ସମୟରେ ଅଧିକାଂଶ ମହିଳା ଏନେଇ ଚିନ୍ତାରେ ରହିଥାନ୍ତି କି ତାଙ୍କ ପିଲା କିପରି ସୁସ୍ଥ ରହିବ ଏବଂ କିପରି ଠିକ ଭାବେ ଜନ୍ମ ନେବ । ପିଲାର ନର୍ମାଲ ଡେ଼ଲିଭରୀ ହେବ କି ସିଜରିଆନ ଅପରେସନ ଏହି ସବୁ ପ୍ରଶ୍ନକୁ ନେଇ ସାଧାରଣତଃ ମା’ ମାନେ ଚିନ୍ତାରେ ରହିଥାନ୍ତି ।
ପ୍ରାୟତଃ ସବୁ ମହିଳାମାନେ ଚାହିଁଥାନ୍ତି ଯେ ତାଙ୍କର ନର୍ମାଲ ଡେଲିଭରି ହେଉ ଯାହାଦ୍ୱାରା ସେମାନଙ୍କୁ ଅଧିକ ଶାରୀରିକ ଯନ୍ତ୍ରଣାର ସାମ୍ନା କରିବାକୁ ପଡିବ ନାହିଁ। ସେଥିପାଇଁ ଗର୍ଭାବସ୍ଥା ସମୟରେ କଣ କରିବା ଦ୍ୱାରା ଗର୍ଭବତୀ ମହିଳାଙ୍କର ନର୍ମାଲ ଡେଲିଭରି ହେବ । ଗର୍ଭାବସ୍ଥା ସମୟରେ ଯଦି କୌଣସି ମହିଳା ଚିନ୍ତା କିମ୍ବା ଡିପ୍ରେସନରେ ରୁହନ୍ତି ତାହେଲେ ଜନ୍ମ ହେବାକୁ ଯାଉଥିବା ସନ୍ତାନର ମାନସିକ ବିକାଶ ଉପରେ ଅଧିକ ପ୍ରଭାବ ପଡ଼ିଥାଏ ।
ଗର୍ଭାବସ୍ଥା ସମୟରେ ଚିନ୍ତାଠାରୁ ଦୁରେଇ ରହିବା ପାଇଁ ମନ ପସନ୍ଦର ବହି ପଢନ୍ତୁ । ନିଜକୁ ଭଲ ଲାଗୁଥିବା ଯେକୌଣସି କାମ କରନ୍ତୁ । ଗର୍ଭାବସ୍ଥା ସମୟରେ ସର୍ବଦା ଲଢେଇ କିମ୍ବା ଝଗଡା ଠାରୁ ଦୁରେଇ ରୁହନ୍ତୁ । ଗର୍ଭାବସ୍ଥା ସମୟରେ ଯଦି ମହିଳା କୌଣସି ପ୍ରକାର ଅସୁସ୍ଥତା ଅନୁଭବ କରୁଛନ୍ତି ତାହେଲେ ତୁରନ୍ତ ତାହାର ଚିକିତ୍ସା କରାନ୍ତୁ ।
ଗର୍ଭାବସ୍ଥା ସମୟରେ କେବେ ବି ମହିଳାଙ୍କୁ ଦୁର୍ବଳତା ଓ ଶରୀରରେ ରକ୍ତର ଅଭାବ ହେବାକୁ ଦିଅନ୍ତୁ ନାହିଁ । କାରଣ ଏହି ସମୟରେ ମହିଳାଙ୍କ ଦେହରେ ଅଧିକ ରକ୍ତର ଆବଶ୍ୟକତା ରହିଥାଏ ଏବଂ ଅଧିକ ରକ୍ତ ମଧ୍ୟ ବାହାରିଥାଏ । ସେଥିପାଇଁ ଗର୍ଭବତୀ ମହିଳାଙ୍କୁ ଅଧିକରୁ ଅଧିକ ଫଳ ଖାଇବା ଆବଶ୍ୟକ ।
ଯାହାଦ୍ୱାରା ଶରୀରରେ ରକ୍ତର ଅଭାବ ରହିବ ନାହିଁ ଓ ଡେ଼ଲିଭରୀ ସମୟରେ କୌଣସି ସମସ୍ୟାର ସମୁଖୀନ ହେବାକୁ ପଡିବ ନାହିଁ । ମହିଳାଙ୍କ ଗର୍ଭରେ ଯେଉଁ ସନ୍ତାନ ବଢିଥାଏ ସେ ଏକ ପାଣିର ଥଳି ମଧ୍ୟରେ ରହିଥାଏ ଯାହାକୁ ଅମନିୟୋଟିକ ଫ୍ଲୁଇଡ କୁହାଯାଏ । ସେଥିପାଇଁ ଗର୍ଭାବସ୍ଥା ସମୟରେ ମହିଳା ମାନଙ୍କୁ ଅଧିକରୁ ଅଧିକ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ ଯାହାଦ୍ୱାରା ନର୍ମାଲ ଡେଲିଭରି ହେବାର ସମ୍ଭାବନା ବଢ଼ିଯାଇଥାଏ ।