ଯଦି ଆପଣ ରାତିରେ ଏହି ଖାଦ୍ୟ ଖାଉଛନ୍ତି ତେବେ ଆଜି ହିଁ ଖାଇବା ବନ୍ଦ୍ କରନ୍ତୁ! ନ ହେଲେ ଭୋଗି ପାରନ୍ତି ଏହି ସ୍ବାସ୍ଥ୍ୟ ସମସ୍ୟା

 
Dinner foods
ଶରୀର ପାଇଁ ଖାଦ୍ୟ ଯେତିକି ଗୁରୁତ୍ଵପୂର୍ଣ୍ଣ ଅଟେ ତାହା ଠାରୁ ଢେର ଗୁରୁତ୍ଵପୂର୍ଣ୍ଣ ଅଟେ ଆପଣ ଖାଉଥିବା ଖାଦ୍ୟର ପ୍ରଣାଳୀ । ଅର୍ଥାତ୍ ଆପଣ କେଉଁ ସମୟରେ କିଭଳି ଖାଦ୍ୟ ଖାଉଛନ୍ତି ଏହା ବେଶ୍ ଗୁରୁତ୍ଵପୂର୍ଣ୍ଣ ଅଟେ । ଖାଦ୍ୟ ଖାଇବାର ଅର୍ଥ ନୁହେଁ କେବଳ ଭୋକ ମେଣ୍ଟିବା ବା ପେଟ ପୁରିଯିବା । ଏହାର ଅନ୍ୟ ଏକ ଅର୍ଥ ହେଉଛି ଶରୀରକୁ ଉପଯୁକ୍ତ ମାତ୍ରାରେ ଓ ଉପଯୁକ୍ତ ସମୟରେ ଆବଶ୍ୟକୀୟ ପ୍ରୋଟିନ ଯୋଗାଇ ଦେବା ।

ର

କଣ ଆପଣ ଜାଣନ୍ତି ସକାଳ ଜଳଖିଆ ଓ ରାତ୍ର ଭୋଜନ କେତେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଦୁଇଟି ସମୟର ଭୋଜନ ହିଁ ବିଶେଷ ଭାବେ ନିର୍ଦ୍ଧାରିତ କରିଥାଏ ଆପଣ ଆଗାମୀ ଦିନରେ କେତେ ସୁସ୍ଥ ଜୀବନ ଯାପନ କରିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ରାତିରେ ଖାଇବା ଉଚିତ୍ ନୁହେଁ ।

ତେବେ ରାତ୍ରିରେ ଖାଇବା ସହିତ ଶୋଇବା ସମୟ ମଧ୍ୟ ଠିକ୍ ରଖନ୍ତୁ । ଆପଣ ରାତିରେ କଣ ଖାଇ କେଉଁ ସମୟରେ ଶୋଉଛନ୍ତି , ଏହି ଦୁଇଟି ଅଭ୍ୟାସ ହିଁ ଆପଣଙ୍କ ଶରୀରରେ ଅନେକ ରୋଗର ମାତ୍ରା ବଢ଼ାଇ ଥାଏ । ମୋଟାପଣ , ମଧୁମେହ , ଏସିଡ଼ିଟି ଭଳି ଆଦି ସମସ୍ୟା ଆପଣଙ୍କର ଏହି ଦୁଇଟି ଅଭ୍ୟାସରେ ଅନିୟମିତତା ଯୋଗୁଁ ବୃଦ୍ଧି ପାଇଥାଏ ।

Dinner

ଜାଣନ୍ତୁ କେଉଁ ଖାଦ୍ୟ ରାତ୍ରିରେ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ?

* ଛଣା ଛଣି ଓ ଅଧିକ ମସଲା ଯୁକ୍ତ ଖାଦ୍ୟ । ଏହା ଖାଇବା ଦ୍ଵାରା ଶରୀରରେ ଏସିଡିଟି ଓ ମୋଟାପଣରେ ବୃଦ୍ଧି ହୋଇଥାଏ । 

* ରାତିରେ ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଯେପରିକି ବିଶେଷ କରି ସ୍ନେହସାର ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।

* ରାତିରେ ସାଲାଡ଼ ମଧ୍ୟ ଖାଆନ୍ତୁ ନାହିଁ ।

* ଏପରିକି ରାତିରେ ଦହି , ଲହୁଣୀ , ଶାଗ , ବନ୍ଧାକୋବି ଇତ୍ୟାଦି ଖାଆନ୍ତୁ ନାହିଁ ।

* ରାତିରେ ପିତଯୁକ୍ତ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ ।