ଜାଆଁଳା ଛୁଆ ଚାହୁଁ ନଥିଲେ ସ୍ୱାମୀ ସ୍ତ୍ରୀ କରନ୍ତୁ ନାହିଁ ଏହି ଭୁଲ୍, ପ୍ରତ୍ୟେକ ଦମ୍ପତି ଜାଣି ରଖିବା ଉଚିତ

ଯଦି ଆପଣ ଗର୍ଭାବସ୍ଥାରେ ଅଛନ୍ତି କିମ୍ବା ଆଗକୁ ଏପରି କିଛି ଯୋଜନା ରଖିଛନ୍ତି ତେବେ କରନ୍ତୁ ନାହୁଁ ଏପରି କାମ ନହେଲେ ହୋଇପାରେ ଜାଆଁଳା ପିଲା।ଏହା ଏକ ଗତ ପସନ୍ଦ ଅଟେ । କିଛି ଲୋକଙ୍କୁ ଜାଆଁଳା ପିଲା ଭଲ ଲାଗୁଥିବା ବେଳେ ଆଉ କିଛି ଲୋକଙ୍କ ଜୀବନରେ ଏନେଇ ସମସ୍ୟା ସୃଷ୍ଟି ହୋଇଥାଏ ।
ତେବେ ଆପଣ ବି ଯଦି ନିଜ ଭବିଷ୍ୟତରେ ଜାଆଁଳା ପିଲା ଚାହୁଁ ନାହାନ୍ତି ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ ଉପାୟ। ତେବେ ଆସନ୍ତୁ ଜାଣିବା ମା, ବାପାଙ୍କର କେଉଁ ଭୁଲ ପାଇଁ ଜାଆଁଳା ପିଲା ଜନ୍ମ ହୋଇ ଥାଆନ୍ତି...?
ସାଧାରଣତଃ କହିବାକୁ ଗଲେ ଏହାକିଛି ମାତ୍ରାରେ ବଂଶ ଗତ ପ୍ରଭାବ ଅଟେ। ହେଲେ ଏହା ସବୁ ବେଳେ ଠିକ୍ ହୋଇ ନ ଥାଏ। ଏହାକୁ ଛାଡ଼ି ଦେଲେ ଅନ୍ୟ ଏପରି କିଛି କାରଣ ରହିଛି ଯାହା ବେଶୀ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ଜାଆଁଳା ପିଲା ଜନ୍ମ ହେବାରେ।
ପ୍ରଥମତଃ ଯେଉଁ ମହିଳା ମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଅଧିକ ଗର୍ଭପାତ କରାଇଥାନ୍ତି ସେମାନଙ୍କ କ୍ଷେତ୍ରରେ ଜାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ।
ଦ୍ୱିତୀୟତଃ ଯେଉଁ ମହିଳା ମାନେ ଦୁଇରୁ ଅଧିକ ପିଲାକୁ ଜନ୍ମ କରି ସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଆଁଳା ପିଲା ହେବାର ସମ୍ଭାବନା ରହି ଥାଏ।
ତୃତୀୟତଃ ଯେଉଁ ମହିଳା ମାନଙ୍କର ସାଧାରଣତଃ ଉଚ୍ଚତା ଅଧିକ ରହିଥାଏ କିମ୍ବା ସେମାନେ ଅଧିକ ମାଂସ ଜାତୀୟ ଖାଦ୍ୟ ସେବନ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଆଁଳା ପିଲା ହେବାର ଅଧିକ ସମ୍ଭାବନା ରହିଥାଏ।