ପନିରରେ ମିଶୁଛି ବିଷାକ୍ତ ଜିନିଷ, ମାର୍କେଟ ବିକ୍ରି ହେଉଛି ଭେଜାଲ୍ ପନିର୍, ଏହି ସହଜ ଉପାୟରେ ଚିହ୍ନନ୍ତୁ ନକଲି ପନିର୍

 
Fake paneer

ବର୍ତ୍ତମାନ ସମୟରେ ଉପଯୁକ୍ତ ଖାଦ୍ୟକୁ ଚିହ୍ନିବା ଓ  ଖାଦ୍ୟ ରୁପେ ଗ୍ରହଣ କରିବା ଏକ ଚିନ୍ତାର ବିଷୟ ଅଟେ । ଆପଣ ଅନେକ ସମୟରେ କିପରି ଖାଦ୍ୟ ପଦାର୍ଥରେ ଭେଜାଲ ମିଶୁଛି ତାହା ତ ଶୁଣୁଥିବେ ।

 Follow our WhatsApp channel and get all the Latest news

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

ଆଜ୍ଞା ହଁ , ବର୍ତ୍ତମାନର ଖାଦ୍ୟ ପଦାର୍ଥରେ ଏତେ ବିଷାକ୍ତ ପଦାର୍ଥ ମିଶା ଯାଉଛି ଯେ ଯାହା ଖାଇବା ଦ୍ୱାରା ଲୋକେ ଦିନକୁ ଦିନ ରୋଗାଗ୍ରସ୍ତ ହେଉଛନ୍ତି । 

T

ଏପରି କିଛି ଭେଜାଲ ଦେଖିବାକୁ ମିଳୁଛି ବଜାରରେ ମିଳୁଥିବା ଜିନିଷରେ । ଦୁଗ୍ଧ ଜାତୀୟ ଖାଦ୍ୟକୁ ଭାରତରେ ଦ୍ଵିତୀୟ ଖାଦ୍ୟର ଉତ୍ସ ରୂପେ ଗ୍ରହଣ କରାଯାଏ , ଯାହା ଦିନକୁ ଦିନ ଭୟଙ୍କର ରୂପରେ ବିଷାକ୍ତ ହେବାରେ ଲାଗିଛି ।

ତେବେ ଆପଣ ଯଦି କେତେକ ପ୍ରଣାଳୀର ଅନୁସରଣ କରୁଛନ୍ତି ତେବେ ଖାଦ୍ୟ ପଦାର୍ଥ କେତେ ପରିମାଣରେ ବିଷାକ୍ତ ତାହା ଆପଣ ଜାଣି ପାରିବେ । ଆମେ ଆଜି ଆପଣଙ୍କୁ ପନିର ବିଷୟରେ କହିବୁ । କିଭଳି ଆପଣ ବଜାରରେ ମିଳୁଥିବା ପନିରକୁ ପରଖି ପାରିବେ ଓ ଭଲ ପନିରର ସେବନ କରି ପାରିବେ ।
ଜାଣନ୍ତୁ କେତେକ ଉପାୟ...

ବଜାରରେ ମିଳୁଥିବା ଶସ୍ତା ପନିରକୁ ଲୋଭରେ ପଡ଼ି କିଣନ୍ତୁ ନାହିଁ । କାରଣ ସାଧାରଣତଃ ୧ କେଜି ପନିର ବନାଇବା ପାଇଁ ୫ ଲିଟର କ୍ଷୀରର ଦରକାର ହୋଇଥାଏ ।
 
ଫୁଟା ଯାଇଥିବା ପନିରକୁ ଥଣ୍ଡା କରିବା ପରେ ପାଣିରେ କିଛି ହରଡ ମିଶାଇ ଏହାକୁ କିଛି ସମୟ ଛାଡି ଦିଅନ୍ତୁ । ଏହା ପରେ ପାଣିର ରଙ୍ଗ ଯଦି ନାଲି ପଡେ ତେବେ ଏହା ନକଲି ପନିର ଅଟେ ।

ପାଣି ଗରମ କରି ଏଥିରେ ପନିର ରଖି ଫୁଟାନ୍ତୁ । ଏବେ ଏଥିରେ କିଛି ଆୟୋଡିନ ମିଶାନ୍ତୁ । ଯଦି ଏହା ନୀଳ କିମ୍ବା କଳା ରଙ୍ଗର ହୋଇଯାଏ ତେବେ ଏହା ନକଲି ଅଟେ ।