ବୟସ ଅନୁଯାଇ କେତେ ଷ୍ଟେପ୍ ଚାଲିବା ହେବ ଉଚିତ? ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

 
Morning walk

ଆଜିର ସମୟରେ ଲୋକଙ୍କ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ସେମାନେ ଅଧିକ ବ୍ୟାୟାମ କିମ୍ବା ଶାରୀରିକ ପରିଶ୍ରମ କରିପାରୁନାହାଁନ୍ତି। ଯେଉଁଥିପାଇଁ ଡାଇବେଟେସ୍ ଭଳି ଦୂରାରୋଗ ମାଡ଼ିବସୁଛି। ଯେଉଁଥିପାଇଁ ଦିନରେ ଅଧିକ ଚାଲିବା ଏବଂ ମର୍ନିଂ ୱାକ୍ କରିବା ପାଇଁ ପରାମର୍ଶ ଦିଆଯାଉଛି। ତେବେ ଜଣେ ବ୍ୟକ୍ତି ନିଜ ବୟସ ଅନୁଯାଇ କେତେ ଚାଲିବା ଉଚିତ ଅଟେ?

ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ମୋଟାପଣ, ସୁଗାର ବଢିବା ଏବଂ କୋଲେଷ୍ଟ୍ରୋଲ ବଢିବା ଭଳି ସମସ୍ୟା ଦେଖାଦେଉଛି। ଏହାକୁ ରୋକିବା ପାଇଁ ଚାଲିବା ନିହାତି ଅବଶ୍ୟକ। ଆପଣ ନିୟମିତ ଭାବରେ ଚାଲିବା ଦ୍ୱାରା ମଧୁମେହ ଠାରୁ ଆରମ୍ଭ କରି ଏହି ସବୁ ରୋଗ ନିୟନ୍ତ୍ରିତ ହୋଇପାରିବ। ତେବେ, ଆପଣ କେତେ ଚାଲିବେ?

ଅନେକ ସ୍ମାର୍ଟ ଘଣ୍ଟାରେ ୧୦ ହଜ଼ାର ଷ୍ଟେପ ଚାଲିବାର ଲକ୍ଷ୍ୟ ଦିଆଯାଇଥାଏ। ତେବେ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୧୦ ହଜାର ଷ୍ଟେପ ଚାଲିବା ସମସ୍ତଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ କି? ଦିଲ୍ଲୀର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରତିଦିନ ୧୦ ରୁ ୧୫ ମିନିଟ ଧିମା ଗତିରେ ଚାଲିବା ଦ୍ୱାରା ଏବଂ ଅତି କମରେ ୧୦ ହଜ଼ାର ଷ୍ଟେପ ଚାଲିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। 

ଡାକ୍ତରଙ୍କ କହିବା ଅନୁଯାୟୀ ପିଲାମାନେ ଦିନକୁ ୧ ଘଣ୍ଟାରୁ ୧.୫ ଘଣ୍ଟା ପର୍ଯ୍ୟନ୍ତ ବିନା କୌଣସି ବାଧାରେ ଖେଳିବା ଉଚିତ। ଏହା ସେମାନଙ୍କୁ ସୁସ୍ଥ ରଖିବା ସହିତ ସବୁ କ୍ଷେତ୍ରରେ ଉନ୍ନତି ଆଣିବ। ତେବେ, ୧୦ ହଜ଼ାର ଷ୍ଟେପ ଅତିକ୍ରମ କରିବା ପାଇଁ ଜଣଙ୍କୁ ଅତିକମରେ ଚାଲି ଚାଲି ଅଢେଇ ଘଣ୍ଟା ସମୟ ଲାଗିପାରେ।

୪୦ ରୁ ୫୦ ବର୍ଷ ବୟସ୍କ ମହିଳାମାନେ ଦିନକୁ ୧୧ ହଜ଼ାର ଷ୍ଟେପ ଚାଲିବା ଉଚିତ ସେହିପରି ଭାବରେ ଅଧିକ ବୟସ୍କମାନେ ୧୦ ହଜ଼ାର ଷ୍ଟେପ ଚାଲିବା ଉଚିତ। ୬୦ ବର୍ଷରୁ ଅଧିକ ମହିଳାମାନେ, ୮ ହଜାର ଷ୍ଟେପ୍ ଚାଲିବା ଠିକ। ସେହିପରି ୧୮ ରୁ ୫୦ ବର୍ଷର ପୁରୁଷମାନେ ଦୈନିକ ୧୨ ହଜାର ଷ୍ଟେପ୍ ଚାଲିବା ଉଚିତ୍। ୫୦ ବର୍ଷରୁ ଉର୍ଦ୍ଧ୍ବ ପୁରୁଷମାନେ ଦୈନିକ ୧୧ ହଜାର ଷ୍ଟେପ୍ ଚାଲିବା ଭଲ। ତେବେ ଯେଉଁମାନେ ନିଜର ଓଜନ କମ କରିବା ପାଇଁ ଚାହୁଁଛନ୍ତି ସେମାନେ ଅଧିକ ଚାଲିବା ଉଚିତ ହେବ।