କରୋନା କାଳରେ ଡରନ୍ତୁ ନାହିଁ, ଜ୍ୱର ଥଣ୍ଡା ଜନିତ ସମସ୍ୟା ଦେଖାଦେଲେ ଆପଣାନ୍ତୁ ଏହି ୫ ସହଜ ଉପାୟ

 
Thanda jara

ବର୍ତ୍ତମାନ ବଢୁଥିବା କରୋନା ସଂକ୍ରମଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଯଦି କାହାକୁ ବି ଟିକିଏ ଥଣ୍ଡା କିମ୍ବା ଜ୍ୱର ରହୁଛି ତେବେ ସେମାନେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ଏହା ଦ୍ୱାରା ଶରୀରର ତାପମାତ୍ରା ବୃଦ୍ଧି ପାଇବା ସହ ଅବସାଦ ଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି।

ତେବେ ଯଦି ବି ଅପଣଙ୍କୁ ଥଣ୍ଡା କିମ୍ବା ଜ୍ୱର ଅଛି। ତେବେ ପ୍ରଥମେ ଆପଣ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ। ଏଥିସହିତ ଆମ୍ଭେ ଆଜି ଏଭଳି କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ନିଜକୁ ଥଣ୍ଡା ଜ୍ୱର ଠାରୁ ଦୂରେଇ ରଖି ପାରିବେ।

୧. ପ୍ରଥମତଃ ନିଜର ପ୍ରତିଦିନର ଖାଇବାରେ ରସୁଣ ବ୍ୟବହାର କରନ୍ତୁ। ରସୁଣରେ ଅନେକ ଆୟୁର୍ବେଦିକ ଗୁଣ ରହିଛି। ଏଥିସହିତ ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

୨. ଏହି ସମୟରେ ପ୍ରତିଦିନ ଅଦା ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଥଣ୍ଡା ଜ୍ୱର ଦେହରେ ପ୍ରବେଶ କରିନଥାଏ।

୩. ତୁଳସୀର ଏନେକ ଔଷଧୀୟ ଗୁଣ ରହିଛି ତାହା ଆମେ ସମସ୍ତେ ଜାଣିଛୁ। ତେଣୁ ଥଣ୍ଡା ଜ୍ୱରରୁ ବଞ୍ଚିବା ପାଇଁ ଏହାକୁ ପ୍ରତିଦିନ କଢ଼ା କରି ପିଇବା ଉଚିତ।

୪. ସେହିପରି ପ୍ରତିଦିନ କିଛି ମାତ୍ରାରେ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡାରୁ ଉପଶମ ମିଳିଥାଏ।

୫. କରୋନା କାଳରେ ଗରମ ବାମ୍ଫ ନେବାକୁ ସବୁଠାରୁ ଭଲ ଉପାୟ ଭାବରେ ଧରାଯାଇଛି। ଏହାକୁ ପ୍ରତିଦିନ କରିବା ଦ୍ୱାରା ଥଣ୍ଡା ଜ୍ଵରର ଆଶଙ୍କା କେତେକାଂଶରେ କମିଯାଇଥାଏ।