ଏହି ସବୁ ଜିନିଷ ଦ୍ୱାରା ଆପଣଙ୍କ ଯକୃତ (ଲିଭର) ହୋଇଯିବ ଖରାପ, ସୁସ୍ଥ ଯକୃତ ପାଇଁ କଣ ଖାଇବେ କଣ ନାହିଁ ?

 
liver

ବର୍ତ୍ତମାନ ଉତ୍ସବ ୠତୁର ଆଗମନ ହୋଇଛି। ଏଥିସହିତ, ଆମ୍ଭମାନଙ୍କର ଖାଦ୍ୟ ପ୍ଲେଟରେ ଚିନି ଏବଂ ଚର୍ବିର ପରିମାଣ ମଧ୍ୟ ବଢିବାକୁ ଯାଉଛି। ଏହାର ସିଧା ପ୍ରଭାବ ଆମ ଯକୃତ ଉପରେ ପଡିବ, ଯାହାଫଳରେ ଯକୃତ ଉପରେ ଅତ୍ୟଧିକ ଭାର ପଡିବା ସହିତ ମଣିଷ ବିଭିନ୍ନ ରୋଗରେ ପୀଡିତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଯକୃତ ଆମ ଶରୀରର ଏପରି ଏକ ଅଂଶ, ଯେଉଁଥିରେ ଦୃଶ୍ୟମାନ ହେଉନଥିବା ଚର୍ବି ଜମା ହେବା ଆରମ୍ଭ କରିଥାଏ।

Liver

ଏହି କାରଣରୁ, ଶରୀରରେ ଫ୍ୟାଟି ଲିଭର ଏବଂ ଯକୃତ ସିରୋସିସ୍ ସହିତ ଅନ୍ୟାନ୍ୟ ପ୍ରକାରର ସମସ୍ୟା ମଧ୍ୟ ଦେଖାଯାଇଥାଏ। କେବଳ ଏତିକି ନୁହେଁ ବରଂ ଗମ୍ଭୀର ପରିସ୍ଥିତିରେ ଏହା ଲିଭର ଫେଲିଅର୍ କାରଣ ମଧ୍ୟ ସାଜିଥାଏ। ତେବେ ଏହି ପାର୍ବଣ ଋତୁରେ ନିଜ ଯକୃତକୁ ସୁରକ୍ଷିତ ରଖିବାକୁ ହେଲେ ଆମ୍ଭକୁ ନିଜ ଖାଦ୍ୟପେୟ ଉପରେ ଖାସ ଧ୍ୟାନ ଦେବାକୁ ହେବ। ଆସନ୍ତୁ ଜାଣିବା ଯକୃତକୁ ସୁରକ୍ଷିତ ରଖିବାକୁ କେତୋଟି ମହତ୍ତ୍ୱପୂର୍ଣ୍ଣ ଉପାୟ:-

୧. ସକାଳୁ ଉଠିବା ପରେ ପରେ ଖାଲିପେଟରେ ପାଣି ପିଇବାର ଅଭ୍ୟାସ କରନ୍ତୁ। ଏହା କରିବା ଦ୍ୱାରା ଯକୃତ ନିରୋଗ ରହିଥାଏ।

Drinking water in the morning

୨. ପ୍ରତିଦିନ ହ୍ବିଟଗ୍ରାସ୍ ଜୁସ୍ ପିଇବାର ଅଭ୍ୟାସ କରନ୍ତୁ ଏହା ଯକୃତ ପାଇଁ ବେସ୍ ଉପକାରୀ ହୋଇଥାଏ।

୩. ଯେତେ ସମ୍ଭବ ତେଲରେ ଛଣା ହୋଇଥିବା ଖାଦ୍ୟ ଏବଂ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।

୪. ଯେତେ ସମ୍ଭବ ସକାହାରୀ ଖାଦ୍ୟ ଖାଆନ୍ତୁ। ଯଦି ଆପଣ ଆମିଷ ଖାଉଛନ୍ତି ତେବେ ଯେତେ ସମ୍ଭବ ତେଲ ଏବଂ ଘିଅ ଖାଇବା ଠାରୁ ଦୂରେଇ ରୁହନ୍ତୁ।

Loki juice

୫. ଅଁଳା ଏବଂ ଲକି ଜୁସ୍ ପିଇବାକୁ ଅଭ୍ୟାସ କରନ୍ତୁ ଏହା କରିବା ଯକୃତ ପାଇଁ ବେସ୍ ଉପକାରୀ ଅଟେ।

୬. ଯଦି ଆପଣଙ୍କ ଯକୃତ ଦୁର୍ବଳ ଅଛି ତେବେ କୋଷ୍ଠକାଠିନ୍ୟ ଠାରୁ ଦୂରେଇ ରୁହନ୍ତୁ। 

୭. ଯକୃତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।