ବ୍ୟାପୁଛି ଏଚ୍୩ଏନ୍୨ ଭାଇରସ୍! ପିଲାଙ୍କ ପ୍ରତି ବଢୁଛି ବିପଦ, ଜୁନ୍, ଜୁଲାଇରେ ଆସିବ ବଡ ଲହର! ପଢ଼ନ୍ତୁ ପୂରା ଖବର

 
H3n2

ରାଜ୍ୟରେ ଦିନକୁ ଦିନ ବଢୁଛି ଥଣ୍ଡା, ଜ୍ୱର, କାଶ ଭଳି ସମସ୍ୟା ବଢ଼ିବାରେ ଲାଗିଛି। ଲୋକେ ଏଚ୍୩ଏନ୍୨ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହେଉଥିବା ବେଳେ ଏଥିନେଇ ସତର୍କ କରାଇ ଦେଇଛନ୍ତି ବିଶେଷଜ୍ଞ। ରାଜ୍ୟରେ ସେଭଳି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନଥିଲେ ହେଁ ସର୍ବଭାରତୀୟ ସ୍ତରରେ ଏହି ଇନଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ଖାସ୍ କରି ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ବିପଦ ରହିଥିବା କୁହାଯାଉଛି।

H3n2

ପିଲାଙ୍କ କ୍ଷେତ୍ରରେ ଥଣ୍ଡା ଜ୍ୱର ଲାଗି ରହିବା ସହିତ ସିଭିଅର ଆକ୍ୟୁଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ ଭଳି ସମସ୍ୟା ଦେଖା ଦେଉଛି। ପ୍ରାୟ ପିଲାଙ୍କ ବୟସ ୫ ବର୍ଷରୁ କମ୍ ହୋଇଥିବା ବେଳେ ସ୍କୁଲ୍ ଯାଉନଥିବା ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖା ଦେଉଛି। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ଠାରେ ଔଷଧ ଓ ଆଂଟିବାୟୋଟିକ୍ କାମ ଦେଉନାହିଁ।

Child

ଦୀର୍ଘ ଦିନ ଧରି ଏଭଳି ଲକ୍ଷଣ ଲାଗି ରହିଲେ ସେମାନଙ୍କ ଠାରେ ନିମୋନିଆ ଭଳି ସମସ୍ୟା ଦେଖା ଦେଉଛି। ରାଜ୍ୟରେ ଏଚ୧ଏନ୧ ଓ ଏଚ୩ଏନ୨ ସହ ଇନଫ୍ଲୁଏଞ୍ଜା-ବି ସଂକ୍ରମଣ ବଢିଥିବା ବେଳେ ଡିସେମ୍ବର ମାସରେ ଆସିଥିବା ଲହର ପୂର୍ବବର୍ଷ ଅପେକ୍ଷା ଅଧିକ ରହିଛି। ତେବେ, ଚଳିତବର୍ଷ ଜୁନ୍ ଏବଂ ଜୁଲାଇ ମାସ ବେଳକୁ ଆହୁରି ବଡ଼ ଲହର ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।