ଶୀତଦିନ ରେ ଅଧିକାଂଶ ଲୋକଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଯାଏ, ଏହିସବୁ ଜିନିଷ ଠାରୁ ଦୂରେଇ ରହିଲେ ରହିବନି ସମସ୍ୟା

 
Joint pain

ବର୍ତ୍ତମାନ ଦେଶରେ ଶୀତଦିନର ଆଗମନ ହୋଇଛି। ଏହି ଋତୁ ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥିଲେ ହେଁ ପ୍ରାୟତଃ ଏହି ଦିନରେ ଲୋକମାନଙ୍କ ଠାରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ। ପୂର୍ବରୁ ବୟସ ଅଧିକ ଥିବା ବ୍ୟକ୍ତି ବିଶେଷଙ୍କ ଠାରେ ଏଭଳି ସମସ୍ୟା ଦେଖା ଦେଉଥିବା ବେଳେ ଏବେ କମ ବୟସର ଲୋକଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଉଛି। ତେବେ, ଯଦି ଆପଣଙ୍କ ଠାରେ ମଧ୍ୟ ଏଭଳି ସମସ୍ୟା ଦେଖା ଦେଉଛି ତେବେ ଏହି କେତୋଟି ଖାଦ୍ୟ ଠାରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ:- 

୧. ଲୁଣ:- ଦରକାର ଠାରୁ ଅଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ଅଷ୍ଟ୍ରୀୟ ପୋରୋସିସ୍ ଭଳି ସମସ୍ୟା ଦେଖା ଦେଇଥାଏ। କମ ଲୁଣ ଖାଇବା ଦ୍ୱାରା ଶରୀରରେ ଗଣ୍ଠି ଫୁଲା ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇନଥାଏ। 

Salt

୨. ଚିନି:- ଶୀତ ଦିନରେ ବେକରୀ ପ୍ରଡକ୍ଟ ,ରିଫାଇନରି ପ୍ରଡକ୍ଟ,ଅର୍ଟିଫିଶିଆଲ ଜୁସ୍ କିମ୍ବା ଚିନି ଖାଇବା ଦ୍ୱାରା ଦେହରେ ଗ୍ଲୁକୋଜ ସ୍ତର ବୃଦ୍ଧି ପାଇଥାଏ। ଏହା ଅର୍ଥାରେଟିସ ରୋଗୀଙ୍କ ପାଇଁ କଷ୍ଟ ଦାୟକ ସାବ୍ୟସ୍ତ ହୋଇଥାଏ। 

Sugar

୩. ରେଡ୍ ମିଟ୍:- ଏଥିରେ ଅଧିକ ମାତ୍ରାରେ ସାଚୁରେଟେଡ୍ ଫ୍ୟାଟ୍ ଏବଂ ଓମେଗା ୩ ଫ୍ୟାଟି ଆସିଡ୍ ରହିଥାଏ। ଏହା ଶରୀରରେ ଇଂଫେକ୍ସନ୍ ସୃଷ୍ଟି କରିଥାଏ। ଯାହାକି ଶରୀରର ଗଣ୍ଠି ମାନଙ୍କରେ ଯନ୍ତ୍ରଣା ସୃଷ୍ଟି କରିଥାଏ। 

Red meat

୪. ଗ୍ଲୁଟନ୍:- ଯେଉଁ ବ୍ୟକ୍ତିବିଶେଷଙ୍କର ଗ୍ଲୁଟନ୍ ପ୍ରତି ଆଲର୍ଜି ରହିଥାଏ। ସେମାନେ ଅଧିକ ଭାତ କିମ୍ବା ରୁଟି ଖାଇବା ଦ୍ୱାରା ତାଙ୍କ ଆଣ୍ଠୁ ଗଣ୍ଠିରେ ସମସ୍ୟା ଦେଖା ଦେଇଥାଏ। 

Gluten

୫. ଆଲକୋହଲ:- ଯେଉଁମାନଙ୍କର ଆଣ୍ଠୁ ଗଣ୍ଠିରେ ସମସ୍ୟା ରହିଥାଏ ସେମାନେ ଆଲକୋହଲ ସେବନ କରିବା ଉଚିତ ନୁହେଁ।

Alcohol