କୋଭିଡ଼ରୁ ଶୀଘ୍ର ରିକଭରି ପାଇଁ ଭୁଲ୍‌ରେ ବି ଛୁଅଁନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ୍ କମିଯିବ ରୋଗ ପ୍ରତିରୋଧକ ଶକ୍ତି

 
Corona

ବର୍ତ୍ତମାନ ଦେଶରେ ପୁଣି ଥରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ। ଡେଲ୍ଟା ସଂକ୍ରମଣ ନିମ୍ନଗାମୀ ହେବାପରେ ଗତ କିଛି ସପ୍ତାହ ହେବ ଦେଶରେ ଏହାର ସଂକ୍ରମଣ ପୁଣି ଥରେ ବଢିବାକୁ ଲାଗିଛି ଯାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି। ତେବେ, ସଂକ୍ରମିତ ହୋଇଥିବା ଲୋକେ ସୁସ୍ଥ ହେବାପାଇଁ ଔଷଧ ଯେତିକି ଆବଶ୍ୟକ ତା ଠାରୁ ଅଧିକ ଖାଦ୍ୟପେୟ ଉପରେ ସନ୍ତୁଳନ ରଖିବା ଅଧିକ ଆବଶ୍ୟକ ଅଟେ। ଯଦି ଆପଣ କୋଭିଡ଼ ସଂକ୍ରମିତ ଅଟନ୍ତି ତେବେ ଏହି କେତୋଟି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।

Fried food

୧. ତେଲ ଛଣା ଖାଦ୍ୟ:- କୋଭିଡ଼ ସଂକ୍ରମିତ ହୋଇଥିଲେ ତେଲ ଛଣା ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ। ଏହି ସବୁ ଖାଦ୍ୟରେ ଅଧିକ ଫ୍ୟାଟ୍ ଏବଂ କୋଲେଷ୍ଟ୍ରୋଲ ରହୁଥିବାରୁ ଏହା କୋଭିଡ଼ ସଂକ୍ରମଣ ଠାରୁ ଭଲ ହେବା ପାଇଁ ବାଧକ ସୃଷ୍ଟି କରିଥାଏ।

Processed food

୨. ପ୍ରକ୍ରିୟାଯୁକ୍ତ ଖାଦ୍ୟ ଖାଇବା:- କୋଭିଡ଼ ସଂକ୍ରମିତ ଲୋକେ ପ୍ରକ୍ରିୟାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଏହି ସବୁ ଖାଦ୍ୟରେ ସୋଡିୟମର ମାତ୍ରା ଅଧିକ ରହୁଥିବାରୁ ଏହା ରୋଗୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ।

Alcohol

୩. ମଦ୍ୟପାନ କରିବା:- ଯଦି ଆପଣ କୋଭିଡ଼ ଦ୍ୱାରା ସଂକ୍ରମିତ ହୋଇଛନ୍ତି ତେବେ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ। ପ୍ରକୃତରେ ମଦ୍ୟପାନ କରିବା ଦ୍ୱାରା କେତେକ ଔଷଧ କାମ କରିବା ବନ୍ଦ କରିଦେଇଥାଏ କିମ୍ବା ଏହାର ପ୍ରଭାବ କମ ପଡିଥାଏ।

Cold drinks

୪. ଥଣ୍ଡା ଏବଂ ମିଠା ପାନୀୟ ସେବନ କରନ୍ତୁ ନାହିଁ:- କୋଭିଡ଼ ଚିକିତ୍ସା ଚାଲିଥିବା ସମୟରେ ଥଣ୍ଡା ଏବଂ ମିଠା ପାନୀୟ ସେବନ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ରୋଗୀଙ୍କର ରିକଭେରୀ ବହୁତ ମାତ୍ରାରେ ଧିମେଇ ଯାଇଥାଏ।