ଏମିତି ଭାବରେ  କିସ୍ କରିବା ଦ୍ୱାରା ବ୍ୟାପିଥାଏ ଏହି ୫ ମାରାତ୍ମକ ରୋଗ ! ଜାଣନ୍ତୁ ଲିପ୍ ଏବଂ ଫ୍ରେଞ୍ଚ କିସ୍ ର ସାଇଡ଼ ଇଫେକ୍ଟ….

 
Diseases caused due to kiss

ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ତେବେ ଭାଲେଣ୍ଟାଇନ୍ସ ଡେ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ। ଏହି ପ୍ରେମ ଦିବସକୁ ଫେବୃଆରୀ ମାସରେ ପାଳନ କରାଯାଉଥିବା ବେଳେ ଲୋକମାନେ ନିଜ ସାଥୀଙ୍କୁ ବିଭିନ୍ନ ଢ଼ଙ୍ଗରେ ପ୍ରେମ ବ୍ୟକ୍ତ କରିଥାନ୍ତି। ଭାଲେଣ୍ଟାଇନ୍ ସପ୍ତାହରେ କିସ୍ ଡେ ନାମକ ଏକ ଦିନକୁ ମଧ୍ୟ ପାଳନ କରାଯାଇଥାଏ। ଏହିଦିନ ପ୍ରେମୀଯୁଗଳ ନିଜ ସାଥୀଙ୍କୁ ଚୁମ୍ବନ ଦେଇ ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି।

କିଛି ପ୍ରେମୀଯୁଗଳ ଫ୍ରେଞ୍ଚ କିସ୍ କରିବାକୁ ପସନ୍ଦ କରୁଥିବା ବେଳେ, କେହି କେହି ଗାଲ ଏବଂ କପାଳରେ ଚୁମ୍ବନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ, ଯଦି ଆପଣ ମଧ୍ୟ ନିଜ ସାଥୀଙ୍କୁ ଚୁମ୍ବନ ଦେବାକୁ ଚିନ୍ତା କରୁଛନ୍ତି, ତେବେ ସାବଧାନ ରୁହନ୍ତୁ କାରଣ ଚୁମ୍ବନ ବିଭିନ୍ନ ଗମ୍ଭୀର ରୋଗର ମୁଖ୍ୟ କାରଣ ହୋଇପାରିଥାଏ।

୧.ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ:- ଯଦି ଆପଣଙ୍କର ସାଥୀ ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରେ ପୀଡିତ, ତେବେ ତାଙ୍କୁ ଚୁମ୍ବନ କରିବା ଦ୍ୱାରା ଆପଣଙ୍କୁ ମଧ୍ୟ ଇନ୍‌ଫ୍ଲୁଏଞ୍ଜା ହେବାର ଆଶଙ୍କା ରହିଛି। କାରଣ ଏହି ସଂକ୍ରମଣ ସଂକ୍ରମିତଙ୍କ ଲାଳ ମାଧ୍ୟମରେ ହିଁ ବ୍ୟାପିଥାଏ।

୨.ହର୍ପସ୍ ସଂକ୍ରମଣ:- ପରସ୍ପରକୁ ଚୁମ୍ବନ ଦେବା ଦ୍ୱାରା ହର୍ପସ୍ ସଂକ୍ରମଣ ମଧ୍ୟ ବ୍ୟାପିଥାଏ।  ଏହା ଏକ ପ୍ରକାର ଭାଇରାଲ୍ ସଂକ୍ରମଣ ଅଟେ ଏବଂ ଏହାର ହେବା ଦ୍ୱାରା ମୁହଁ ଚାରିପଟେ ଚିନ୍ହ ହୋଇଯାଇଥାଏ।

୩.ଅଲସର୍:- ଚୁମ୍ବନ ଦେବା ଦ୍ୱାରା ସିଫିଲିସ୍ ନାମକ ଏକ ରୋଗ ବ୍ୟାପିଥାଏ ଏବଂ ଏହି ରୋଗ ହେତୁ ପାଟିରେ ଛୋଟ ଛୋଟ ଅଲସର ହୋଇଥାଏ। ସିଫିଲିସ୍ ର ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

୪.ମେନିଞ୍ଜାଇଟିସ୍ ଜୀବାଣୁ:- ଚୁମ୍ବନ କରିବା ଦ୍ୱାରା  ମେନିଞ୍ଜାଇଟିସ୍ ଜୀବାଣୁ ବ୍ୟାପିଥାଏ ଏବଂ ଏଥିରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ବେକରେ ଦରଜ ରହିବା, ଜ୍ୱର ଏବଂ ମୁଣ୍ଡବିନ୍ଧା ହେବା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୫.ଜୀବାଣୁ ସଂକ୍ରମଣ:- ଅନେକ ଲୋକଙ୍କର ଦାନ୍ତ ଏବଂ ମାଢିରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଯାଇଥାଏ ଏବଂ ଯଦି ଆପଣ ଏପରି ବ୍ୟକ୍ତିଙ୍କୁ ଚୁମ୍ବନ ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ। ପ୍ରକୃତରେ, ଚୁମ୍ବନ ଦେବା ଦ୍ୱାରା ପାଟିର ଜୀବାଣୁ ସଂକ୍ରମଣ ହୋଇଥାଏ ଏବଂ ଏହା ଆପଣଙ୍କ ସାଥୀଙ୍କର ଦାନ୍ତରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।