କରୋନା ପରେ ଏବେ ବ୍ୟାପୁଛି ‘ବ୍ଲାକ ଫଙ୍ଗସ୍’, ଏହି ୬ଟି ଜରୁରୀ କଥା ନିଶ୍ଚିତ ଜାଣି ରଖନ୍ତୁ

 
କରୋନା ପରେ ଏବେ ବ୍ୟାପୁଛି ‘ବ୍ଲାକ ଫଙ୍ଗସ୍’, ଏହି ୬ଟି ଜରୁରୀ କଥା ନିଶ୍ଚିତ ଜାଣି ରଖନ୍ତୁ

ଭାରତରେ କରୋନା ସଂକ୍ରମଣ ବର୍ତ୍ତମାନ ହୁହୁ ହୋଇ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପାଇଁ କାଠିକର ପାଠ ସାବ୍ୟସ୍ତ ହେଉଛି। ଏହାରି ଭିତରେ "ବ୍ଲାକ୍ ଫଙ୍ଗସ୍" ନାମକ ଏକ ରୋଗରେ ସଂକ୍ରମିତ ହେବାରେ ଲାଗିଛନ୍ତି ଲୋକେ। ଏକ ଖବର ମୁତାବକ ଇନ୍ଦୋର ସହରରେ ଏହି ସଂକ୍ରମଣର ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କର ଆଖି ଶରୀରରୁ ଅଲଗା କରିବାକୁ ପଡିଛି। 

ତେବେ କଣ ଅଟେ ଏହି ବ୍ଲାକ୍ ଫଙ୍ଗସ୍?

ଏହା ଏକ ଦୁର୍ଲଭ ଜାତିର ଫଙ୍ଗାଲ୍ ଇଂଫେକ୍ସନ୍ ହୋଇଥିବା ବେଳେ ଏଥିରେ ଅକ୍ରାନ୍ତ ଲୋକମାନଙ୍କୁ ନିଜର ଆଖି ହରାଇବା ସହ ମୃତ୍ୟୁର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଏହି ସଂକ୍ରମଣ କୁ "ମ୍ୟୁକର ମାଇକୋସିସ୍" ମଧ୍ୟ କୁହାଯାଏ।

୧. ମ୍ୟୁକର ମାଇକୋସିସ୍ ରୋଗୀର ଆଖି ସହିତ ମସ୍ତିଷ୍କ, ଫୁସଫୁସ କିମ୍ବା ଚର୍ମ ଉପରେ ମଧ୍ୟ ଆକ୍ରମଣ କରିପାରେ।

୨. ସାଧାରଣତଃ ଦୁର୍ବଳ ରୋଗପ୍ରତିରୋଧକ ଶକ୍ତି ଥିବା ଲୋକମାନଙ୍କୁ ଏହା ସଂକ୍ରମିତ କରିଥାଏ।

୩. କୋଭିଡ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କରୋନା ସମୟରେ ବ୍ଲାକ୍  ଫଙ୍ଗସର ସଂକ୍ରମଣ ହେଲେ ରୋଗୀର ଜୀବନ ପ୍ରତି ବିପଦ ବଢ଼ିଯାଏ। ରୋଗୀ ଡାକ୍ତରଖାନାରେ ଯେତେ ଅଧିକ ଦିନ ରୁହନ୍ତି ଏବଂ ସେ ଯେତେ ଅଧିକ ଷ୍ଟେରଏଡ୍ ଖାଇଥାନ୍ତି, ଏହି ସଂକ୍ରମଣର ବିପଦ ସେତେ ଅଧିକ ବଢ଼ିଥାଏ।

୪. ପୂର୍ବର ମାଟି ଏବଂ ବାୟୁରେ ଉପସ୍ଥିତ ରହିଥିବା ଏହି ଫଙ୍ଗସ୍ ନକ ଓ ପାଟି ବାଟେ ଶରୀର ଭିତକୁ ପ୍ରବେଶ କରିଥାଏ, ଏବଂ ପରେ ରକ୍ତ ଦ୍ୱାରା ମିଶି ଏହା ଆଖି ଏବଂ ମସ୍ତିଷ୍କକୁ ସଂକ୍ରମିତ କରିଥାଏ। ରୋଗୀର ଛାତି କିମ୍ବା ମୁଣ୍ଡର ଏକ୍ସ-ରେ କିମ୍ବା ସିଟି ସ୍କାନ କରିବା ଦ୍ୱାରା ଏହି ରୋଗକୁ ଚିହ୍ନଟ କରାଯାଇଥାଏ।

୫. ବ୍ଲାକ୍ ଫଙ୍ଗସ୍ କୌଣସି ଏକ ନୂଆ ରୋଗ ନୁହେଁ ଏହା ପୂର୍ବରୁ ମଧ୍ୟ ଚିହ୍ନଟ କରାଯାଇଛି କିନ୍ତୁ ବର୍ତ୍ତମାନ କରୋନା ହୋଇଥିବା ଏବଂ କରୋନା ରୁ ଭଲ ହୋଇସାରିଥିବା ବ୍ୟକ୍ତିଙ୍କ ଠାରେ ଏହାର ଲକ୍ଷଣ ଦେଖିବାକୁ ମିଳୁଛି।

୬. ବ୍ଲାକ୍ ଫଙ୍ଗସ୍ ର ଆଣ୍ଟିଫଙ୍ଗାଲ୍ ଔଷଧ ଦ୍ୱାରା ଚିକିତ୍ସା କରା ଯାଇଥାଏ। ଅଧିକ ଜଟିଳ ମାମଲା ରେ ଆଖିର  ଅସ୍ତ୍ରୋପଚାର କରିବାକୁ ପଡିଥାଏ।  ଡାକ୍ତରଙ୍କ କହିବାନୁସାରେ, ଏହି ରୋଗ ହେଲେ ମଧୁମେହକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଚିକିତ୍ସା ବେଳେ ରୋଗୀର ଷ୍ଟେରଅଏଡ ଔଷଧ ଏବଂ ଇମ୍ୟୁନ ମଡ୍ୟୁଲେଟିଂ ଔଷଧ ଗୁଡିକ ବନ୍ଦ କରିବାକୁ ପଡିଥାଏ।