କିସ୍ କଲେ, ଛୁଇଁଲେ ଓ ସେକ୍ସ କଲେ AIDS-HIV ସଂକ୍ରମଣ ବ୍ୟାପେ କି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

 
Kiss Aids

ଏଡସ୍ ମଣିଷ ସମାଜ ପାଇଁ ଏକ ବଡ଼ ଅଭିଶାପ ଅଟେ। ଏହି ରୋଗ ବହୁତ ଭୟଙ୍କର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ରୋଗକୁ ଭଲ କରିବା ପାଇଁ କୌଣସି ପ୍ରକାର ଔଷଧ ବାହାରି ପାରିନାହିଁ। ତେବେ, ବିଶ୍ୱର ଲକ୍ଷ ଲକ୍ଷ ଲୋକେ ଏହାଦ୍ୱାରା ସଂକ୍ରମିତ ହେଉଥିଲେ ହେଁ ଏହାକୁ ନେଇ ଲୋକମାନଙ୍କ ପାଖରେ ସଚେତନତାର ଅଭାବ ରହିଛି। ଏପରିକି ଏହି ରୋଗକୁ ନେଇ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ମଧ୍ୟ ଭରି ରହିଛି।

HIV

ହ୍ୟୁମନ ଏମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚଆଇଭି) ଦ୍ୱାରା ହିଁ ଏଡସ୍ ରୋଗ ହୋଇଥାଏ। ସାଧାରଣତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଏଡ଼ସ୍ ରୋଗୀଙ୍କ ଦ୍ୱାରା ବ୍ୟବହୃତ ଛୁଞ୍ଚି ବ୍ୟବହାର କରିବା କିମ୍ବା କୌଣସି ପ୍ରକାରେ ସଂକ୍ରମିତଙ୍କ ରକ୍ତ ସୁସ୍ଥ ବ୍ୟକ୍ତିଙ୍କ ରକ୍ତରେ ମିଶିଲେ ଏହି ରୋଗ ସଂକ୍ରମିତ ହୋଇଥାଏ। ଗତ ୧୦ ବର୍ଷରେ କେବଳ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ଏଚଆଇଭିର ଶିକାର ହୋଇଥିବା ନ୍ୟାସନାଲ ଏଡ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ (ନାକୋ) ପକ୍ଷରୁ କୁହାଯାଇଛି।

Virus

ଏଚଆଇଭି ଓ ଏଡସ୍ ଏହି ଦୁଇଟି ଶବ୍ଦକୁ ଏକାଠି ବ୍ୟବହାର କରାଯାଇଥାଏ। କିନ୍ତୁ, ଏଠାରେ କହି ରଖିବାକୁ ଚାହିଁବୁ ଯେ ଏଚଆଇଭି ହେଉଛି କେବଳ ଏକ ପ୍ରକାର ଭାଇରସ୍। ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହେବାପରେ ମଣିଷ ଶରୀରରେ ଆକୁଆର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ (ଏଡସ୍) ଦେଖା ଦେଇଥାଏ। ଏହାର ସିଧାସଳଖ ପ୍ରଭାବ ମଣିଷର ରୋଗପ୍ରତିରୋଧକ ଶକ୍ତି ଉପରେ ପଡିଥାଏ। ଏକ ପ୍ରକାର କହିବାକୁ ଗଲେ ଏହା ମଣିଷର ରୋଗ ପ୍ରତିରୋଧକ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥାଏ।

Aids

ସଂକ୍ରମିତ ବ୍ୟକ୍ତିଙ୍କ ସହିତ ରହିବା, ଖାଇବା ଏବଂ କପଡ଼ା ବ୍ୟବହାର କରିବା ଦ୍ୱାରା ଏଡସ୍ ବ୍ୟାପିଥାଏ ବୋଲି ଅନେକେ ଭାବନ୍ତି। କିନ୍ତୁ, ଏହି ଭାବନା ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଅଟେ। କିସ୍ କରିଲେ ଏହି ରୋଗ ବ୍ୟାପିବାର ବହୁତ କମ୍ ଦୃଷ୍ଟାନ୍ତ ଦେଖାଦିଏ। ସେହିଭଳି ଭାବରେ ଓରାଲ୍ ସେକ୍ସ କରିବା ଦ୍ୱାରା ଏଡସ୍ ବ୍ୟାପିନଥାଏ ବୋଲି ଯେଉଁ ଧାରଣା ରହିଛି ତାହା ଭୁଲ୍ ଅଟେ। ଓରାଲ୍ ସେକ୍ସ ବେଳେ ପାଟିରେ କୌଣସି ପ୍ରକାର ଖଣ୍ଡିଆ ହୋଇଥିଲେ ସଂକ୍ରମଣ ହେବାର ସମ୍ଭାବନା ବଢିଯାଏ। ମଶାଙ୍କ ଦ୍ଵାରା ଏହି ରୋଗ ସଂକ୍ରମିତ ହୁଏନାହିଁ, ମଶାଙ୍କ ଦ୍ଵାରା ସଂକ୍ରମଣ ହେବାର ଆଜି ପର୍ଯ୍ୟନ୍ତ ଗୋଟିଏ ବି କେସ୍ ସାମ୍ନାକୁ ଆସିନାହିଁ। ତେବେ, ଉଚିତ୍ ଚିକିତ୍ସା ଭିତରେ ରହିଲେ ଜଣେ ସଂକ୍ରମିତ ବ୍ୟକ୍ତି ଦୀର୍ଘଦିନ ଧରି ବଞ୍ଚି ରହିପାରିବ।